ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ଏ ଆଇ ସି ସି ର ଆହ୍ୱାନ କ୍ରମେ ଗଜପତି ଜିଲ୍ଲା କଂଗ୍ରେସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଦର ବୃଦ୍ଧି କୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ମୋହନା ବିଧାୟକ ଦାଶରଥି ଗୋମାଙ୍ଗଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସାମଗ୍ରୀ ଗୁଡିକର ଦର ଦିନକୁ ଦିନ ବୃଦ୍ଧି କରି ଚାଲିଛନ୍ତି । ଏପରିକି ଚୁଡା, ମୁଢି ଓ ଅନ୍ୟ ଖାଦ୍ୟ ଦ୍ରବ୍ୟ ଗୁଡିକରେ ଦ୍ରବ୍ୟ ଓ ସେବା କର (ଜି ଏସ ଟି) ଲାଗୁ କରିଛନ୍ତି । ଯାହା ଫଳରେ କି ସାଧାରଣ ଜନତା ନିଜର ଗୁଜୁରାଣ ମେଣ୍ଟାଇବା କଷ୍ଟ ସାଧ୍ୟ ହୋଇ ପଡିଲାଣି । ତେଣୁ ତାହାର ପ୍ରତ୍ୟାହାର କରିବାକୁ ଦାବୀ କରିଛନ୍ତି । ଏହା ସହ ସରକାରୀ କଳର ଅପବ୍ୟବହାର ରୋକିବା ଓ ସ୍ଥାୟୀ ତଥା ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରିବା ସହ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲା ପ୍ରଶାସନ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରଯାଇଥିଲା । ଏହି ବିକ୍ଷୋଭରେ କଂଗ୍ରେସ ବରିଷ୍ଠ ନେତା ବସନ୍ତ ପଣ୍ଡା, ଜିଲ୍ଲା କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ଶଙ୍କର ପ୍ରଧାନ, ଗୋପାଳ ଦଳେଇ, ନିର୍ମଳ ପାଲ, ପୂର୍ବ ଜିଲ୍ଲା ପରିଷଦ ସଦସ୍ୟ ବାଳକୃଷ୍ଣ ମଲ୍ଲିକ, ହିମାଂଶୁ କୁମାର ଲିମ୍ମା, ମାଫିଏଲ ସ୍ୱାଲ ସିଂ, ଲଳିତ ମୋହନ ଦଣ୍ଡସେନା ଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *