ଓଡ଼ିଶା ଡ୍ରାଇଭର ମହାସଂଘ ଅନୁଗୋଳ ଜିଲ୍ଲା ଶାଖାର ସାଙ୍ଗଠନିକ ବୈଠକ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଓଡ଼ିଶା ଡ୍ରାଇଭର ମହାସଂଘ ଅନୁଗୋଳ ଜିଲ୍ଲା ଶାଖାର ସାଙ୍ଗଠନିକ ବୈଠକ . ଅନୁଗୁଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତର ବାରସିଂହl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି . ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବ୍ଲକ ଡ୍ରାଇଭର ମହାସଂଘ ର ଉପ-ସଭାପତି ରୋହିତ ବେହେରା ଓ ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତ ଡ୍ରାଇଭର ମହାସଂଘ ର ସଭାପତି ବିଶେଶ୍ୱର ନାୟକ , ଉପ-ସଭାପତି ଦୁଷ୍ମନ୍ତ ସାହୁ , ସମ୍ପାଦକ ସାଗର ଦାସ , ସହ-ସମ୍ପାଦକ ପ୍ରସାନ୍ତ ସାହୁ , କୋଷାଧ୍ୟକ୍ଷ ସଞ୍ଜୟ କୁମାର ଦାସ ଙ୍କ ଉପସ୍ଥିତିରେ ୧୬୦ ରୁ ଅଧିକ ସଦସ୍ୟ ଉପସ୍ଥିତ ରହିଥିଲେ . ବୈଠକରେ ଆଲୋଚନା ହୋଇଛି ଯଦି ସରକାର ସଂଘର ଦାବୀ କଥା ନ ଶୁଣନ୍ତି ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ଏବଂ କୈ।ଣସି ଜରୁରୀ କାଳୀନ ଗାଡି ଚଳାଚଳ କରିବ ନାହିଁ .

Leave a Reply

Your email address will not be published. Required fields are marked *