ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ମୌସୁମୀ ପ୍ରଭାବରେ ଆରମ୍ଭ ହୋଇଛି ବର୍ଷା ! ଆବଶ୍ୟକତା ଠାରୁ କମ୍ ବର୍ଷା ହେଉଛି । ତଥାପି ସେହି ଅଳ୍ପ ପାଣିରେ ସାଧାରଣ ଲୋକ ବହୁ ହନ୍ତସନ୍ତ ହେଉଛନ୍ତି । ଖୋର୍ଦ୍ଧା ଜିଲ୍ଲା ଏବଂ ବାଙ୍କୀ ରାସ୍ତାର ସିମୋର ବଜାର ଉପରେ ଜମୁଛି ପାଣି , ଯାତାୟାତ ହୋଇପଡୁଛି ଠପ । ପୂର୍ବରୁ ସିମୋର ବଜାର ଉପରେ ଗ୍ରାମ୍ୟ ଊନ୍ନୟନ ବିଭାଗ ଦ୍ବାରା ରାସ୍ତା ପ୍ରସସ୍ତି କରଣରେ ସାମିଲ ହୋଇ ରାସ୍ତା ବଢିଛି । ହେଲେ ସବୁ କାମ ନିମ୍ନମାନର ସହିତ ଆଜି ପର୍ଯ୍ୟନ୍ତ ଅସଂପୁର୍ଣ୍ଣ ରହିଛି । ବାଙ୍କୀ ରୁ ଖୋର୍ଦ୍ଧା ରାସ୍ତାରେ ଦିନକୁ ଶହ ଶହ ଲୋକଙ୍କର ଯାତାୟତ ସହିତ ଗାଡିମଟର ଚାଲୁଛି । ଟିକିଏ ବର୍ଷାହେଲେ ସିମୋର ରାସ୍ତା ବନ୍ଦ ରହୁଛି । ପାଖରେ ଥିବା ସ୍କୁଲ୍ କଲେଜ ମାନଙ୍କୁ ଯାଉଥିବା ବିଦ୍ୟାର୍ଥିମାନେ ରାସ୍ତାରେ ପଡି ଲହୁଲୁହାଣ ହେଉଥିବାର ନଜର ଆସୁଛି । ରାସ୍ତା ତୁରନ୍ତ ମରାମତି ପାଇଁ ସ୍ଥାନୀୟ ଲୋକ ବହୁବାର ରାସ୍ତା ଅବରୋଧ କରି ବିଫଳ ହୋଇଛନ୍ତି । ବାଘମାରୀ ସିମୋର ଅଂଚଳ ରାଜ୍ୟ ସରକାରଂକର ଏକ ପ୍ରମୂଖ ପର୍ଯ୍ୟଟନସ୍ଥଳୀ । କିନ୍ତୁ ସିମୋର ରାସ୍ତା ଉପରେ ସ୍ଥାନୀୟ ଜନ ପ୍ରତିନିଧି କିମ୍ବା ପ୍ରଶାସନର ଦୃଷ୍ଟି ପଡୁନାହିଁ ।
ସାମାନ୍ୟ ବର୍ଷାରେ ବାଙ୍କୀ – ସିମୋର ରାସ୍ତା ରେ ଯାତାୟାତ ବାଧାପ୍ରାପ୍ତ !!!

