ରଣପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ ଓ ଦହିପଣା ବଣ୍ଟନ !!!

Spread the love

ରଣପୁର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ନୟାଗଡ଼ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଂଚାୟତ ସ୍ଥିତ ବିନୋଦପଡା ଗ୍ରାମର ଜାତୀୟ ରାଜପଥ ମୁଖ୍ୟ ସଡ଼କ ପାର୍ଶ୍ଵରେ ରଣପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ ପକ୍ଷରୁ ଜଳଛତ୍ରର ଶୁଭାରମ୍ଭ ଓ ଦହିପଣା ବଣ୍ଟନ ହୋଇଯାଇଛି । ରଣପୁର ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳଛତ୍ର କେନ୍ଦ୍ରରେ ଦହିପାଣି ଓ ବିଶୁଦ୍ଧ ଥଣ୍ଡା ପାଣି ବଣ୍ଟନର ଶୁଭାରମ୍ଭ କରି ଉଦଘାଟନ କରିଥିଲେ । ରଣପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ତଥା ଆଇନଜୀବି ରାଜୀବ ଲୋଚନ ପ୍ରଧାନ ଙ୍କ ତତ୍ତ୍ୱାବଧାନରେ ଏବଂ ନରେନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ତ୍ରିନାଥ ରାଉତଙ୍କ ନେତୃତ୍ୱରେ ଜଳଛତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଗ୍ରୀଷ୍ମ ଋତୁରେ ପ୍ରଥମ ଦିନ ଦହିପଣା ବଣ୍ଟନ ସହ , ଖରା ର ପ୍ରକୋପ ଥିବା ପର୍ଯ୍ୟନ୍ତ ଜଳଛତ୍ର କାର୍ଯ୍ୟକ୍ରମ ଚାଲୁ ରହିବ। ଜଳଛତ୍ର ଓ ଦହିପଣା ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, କୁଲାଶର ବିଜେଡି ସଭାପତି ରାମକୃଷ୍ଣ ପଟ୍ଟନାୟକ, ଲୋଧାଚୁଆ ସମିତିସଭ୍ୟ ମୀନକେତନ ନାୟକ, ରାଜସୁନାଖଳା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ସନ୍ତୋଷ କୁମାର ସାହୁ, ସୁଚିତ୍ରା ବେହେରା, କୃଷ୍ଣଚନ୍ଦ୍ର ଦାଶ, ଅଶୋକ ପ୍ରଧାନ, ଆଶିଷ ପ୍ରହରାଜ, ଭାସ୍କର ସେଠୀ, ସନ୍ତୋଷ ପ୍ରଧାନ, ରତ୍ନାକର ରାଉତ, ବିଲି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିବା ସମୟରେ କାଉନସିଲର, ପଞ୍ଚାୟତ ପ୍ରତିନିଧି ଓ ବହୁ ବିଜେଡି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *