ଗଜପତିରେ ପଵିତ୍ର ରକ୍ଷା ବନ୍ଧନ ଓ ଗହ୍ମା ପର୍ବ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସମେତ ଜିଲ୍ଲାର ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସରେ ପବିତ୍ର ରକ୍ଷା ବନ୍ଧନ ଓ ଗହ୍ମା ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି ପର୍ବ ଘରେ ଘରେ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପାଳିତ ହୋଇଛି । ବଳଭଦ୍ରଙ୍କ ଜନ୍ମ , ପବିତ୍ର ରକ୍ଷା ବନ୍ଧନ ଉତ୍ସବରେ ଭଉଣୀ ତା ଭାଇ ହାତରେ ରାଖୀ ବାନ୍ଧିଥାଏ । ରାଖୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ହିନ୍ଦୁ ପର୍ବ ଅଟେ ଯାହା ସାରା ଭାରତରେ ପାଳନ କରାଯାଇଥାଏ । ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଇ ଥିବାରୁ ଏହାକୁ ଗହ୍ମା ପୂର୍ଣ୍ଣିମା କୁହାଯାଇଥାଏ । ପୁରାତନ କାଳରୁ ଭାରତୀୟ ସଂସ୍କୃତିରେ ଏହାକୁ ପାଳନ କରାଯାଉଛି । ଏହି ଦିନ ଭଉଣୀ ଭାଇ ର ହାତରେ ରାଖୀ ବାନ୍ଧି ଭାଇ ର ଉଜ୍ବଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ । ଭାଇ ତାର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଭାଇ ଭଉଣୀ ମଧ୍ୟରେ ରହିଥିବା ସମ୍ପର୍କ ତଥା ଭଲପାଇବାର ଡୋରି କୁ ବାନ୍ଧିବାର ପରମ୍ପରା କୁ ରକ୍ଷା ବନ୍ଧନ କୁହାଯାଏ । ଯାହାକି ଭାଇ ଭଉଣୀ ର ମଧ୍ୟରେ ସମ୍ପର୍କକୁ ଦୃଢ଼ କରିଥାଏ ।

Leave a Reply

Your email address will not be published. Required fields are marked *