କ୍ଷୁଧାର୍ତ୍ତ ଙ୍କ ଭୋକ ମେଣ୍ଟାଉଛି : ରୁଟି ବ୍ୟାଙ୍କ !!!

0
231

Loading

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ”ରୁଟି ବ୍ୟାଙ୍କ” ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଏହି ମହାନ କାର୍ଯ୍ୟକୁ ଆରମ୍ଭ କରିଥିବା ବ୍ୟକ୍ତି ହେଉଛନ୍ତି, ମୁମ୍ବାଇର ପୂର୍ବତନ ପୋଲିସ ଡିଜି ଡି. ଶିବନନ୍ଦନ . ଗତ ବର୍ଷ ଡିସେମ୍ବର ମାସ କରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ, ମୁମ୍ବାଇର ସବୁଠାରୁ ବଡ଼ ଖାଦ୍ୟ ଯୋଗଣକାରୀ ସଂସ୍ଥା ”ଡବାଵାଲା”ର ସହଯୋଗରେ ଆରମ୍ଭ ହୋଇଥିଲା ରୁଟି ବ୍ୟାଙ୍କ ।

ଏହି ମହାନ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ଦେଶର କୋଣ ଅନୁକୋଣରେ ସମାଜିକ କର୍ମୀ ମାନେ ଅସହାୟ ମଣିଷ ମାନଙ୍କ ପାଇଁ ଏହି ଭଳି ରୁଟିବ୍ୟାଙ୍କ ସ୍ଥାପନ କରୁଛନ୍ତି । କଟକ ସହରର ଅଗ୍ରଣୀ ସାମାଜିକ ସଙ୍ଗଠନ ଏଇତ ଜୀବନ ମଧ୍ୟ ଏହି ମହାନ କାର୍ଯ୍ୟରେ ଅନୁପ୍ରାଣିତ ହୋଇ, ଓଡ଼ିଶାରେ ପ୍ରଥମ ଥର ପାଇଁ ”ରୁଟି ବ୍ୟାଙ୍କ”କୁ ପଶୁ ମାନଙ୍କ ପାଇଁ ଆରମ୍ଭ କରିଛି । ଅସହାୟ ବୁଲା ଗାଈ ଷଣ୍ଢ ଓ କୁକର ଭଳି ପ୍ରାଣୀ ମାନଙ୍କ ଭୋକିଲା ପେଟକୁ ଖାଦ୍ୟ ଯୋଗାଇବାର, ଏଇତ ଜୀବନ ସାମାଜିକ ସଂଗଠନ ଦ୍ୱରା ଆରମ୍ଭ ହୋଇଥିବା ରୁଟି ବ୍ୟାଙ୍କ ସହିତ ବହୁ ସଂଘଠନ ଓ ଗୋପ୍ରେମୀ ମାନେ ଯୋଡି ହେଉଛନ୍ତି ।

ଏଇତ ଜୀବନ ପରିବାରର ଏହି ମହାନ କାର୍ଯ୍ୟରେ ଅନୁପ୍ରାଣିତ ହୋଇ, ବହୁ ସମାଜିକ କର୍ମୀ ଓ ସଂଗଠନ ମାନେ ରୁଟିବ୍ୟାଙ୍କ ସହିତ ଯୋଡି ହେଉଛନ୍ତି ।ବର୍ତ୍ତମାନ ସୁଦ୍ଧା କଟକ ସହରର 12ଟି ସାହି, ତେଲେଙ୍ଗା ପେଣ୍ଠ ଓ ଢେଙ୍କାନାଳ ଜିଲ୍ଲାରେ ରୁଟି ବ୍ୟାଙ୍କ ସ୍ଥାପନ କରାଯାଇ, ଭୋକିଲା ଷଣ୍ଢ, ଗାଈ ଓ କୁକୁର ମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି ।ଆଗାମୀ ଦିନରେ ଏହି ରୁଟି ବ୍ୟାଙ୍କକୁ କଟକ ସହରର 52 ବଜାର 53 ଗଳି ତଥା ଓଡ଼ିଶାର କୋଣ ଅନୁକୋଣରେ ଏହାକୁ ବ୍ୟାପକ କରାଯିବ ବୋଲି, ଏଇତ ଜୀବନ ସଂଗଠନର ପ୍ରତିଷ୍ଠାତା ପ୍ରିୟବ୍ରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହି ମହାନ କାର୍ଯରେ ଏଇତ ଜୀବନ ସଙ୍ଗଠନକୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, କଟକ ଓ 52 ବଜାର 53 ଗଳି ଫାଉଣ୍ଡେସନ ସମର୍ଥନ ଜଣାଇ ସହଯୋଗର ହାତ ବଢ଼ାଇଛନ୍ତି ।

LEAVE A REPLY

Please enter your comment!
Please enter your name here