ଶାଳିଆ ପ୍ରେସ କ୍ଲବରେ ୭୬ତମ ସ୍ବାଧିନତା ଦିବସ ପାଳନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର – ବାଲୁଗାଁ ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ , ଶାଳିଆ ପ୍ରେସ କ୍ଲବରେ ୭୬ ତମ ସ୍ବାଧିନତା ଦିବସ ପାଳନ । ସାରା ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ସମଗ୍ର ଦେଶରେ ୭୬ ତମ ସ୍ବାଧିନତା ଦିବସରେ ଉଡିଲା ତ୍ରିରଙ୍ଗା । ଖୋର୍ଦ୍ଧା ଜିଲ୍ଲା ବାଣପୁର ଶାଳିଆ ପ୍ରେସ କ୍ଲବରେ ପାଳିତ ହେଇଯାଇଛି ଏହି ପବିତ୍ର ଦିବସ । ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବର ସଭାପତି, ଉପ-ସଭାପତି, ସମ୍ପାଦକ, ସହ ସମ୍ପାଦକଙ୍କ ସମେତ ଅନ୍ୟ ସାମ୍ବାଦିକ ସଦସ୍ୟ ମାନେ ଉପସ୍ଥିତ ଥିଲେ । ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କ ସମସ୍ୟାର ପ୍ରସାରଣ ଏବଂ ତାହାର ଦୁରୀକରଣ ବିଷୟରେ ସମ୍ପୁର୍ଣ୍ଣ ଆଲୋଚନା କରାଯାଇଥିଲା ଓ ସାଧାରଣ ଲୋକ କିପରି ଭାବରେ ଉଚିତ୍ ନ୍ୟାୟ ପାଇବେ ସେ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ସଭାପତି ଅଜିତ ସାହୁ ,ଉପସଭାପତି ସୀତାରାମ ଅଗ୍ରୱାଲ, ସମ୍ପାଦକ ସେକ୍ ରୌସନ ଓ ସଂଘର ସଦସ୍ୟ ଅନିଲ ପାଇକରାୟ, ଦିଲ୍ଲୀପ କୁମାର ସ୍ୱାଇଁ, ରାକେଶ ସାହୁ, ଅରୁଣ କୁମାର ପଣ୍ଡା, ଦିବ୍ୟକାନ୍ତ ବେହେରା, ସୁଧୀର ପାତ୍ର, ଚନ୍ଦନ ସୁନ୍ଦରାୟ, ଚାଣକ୍ୟ ମିଶ୍ର, ତ୍ରିଲୋଚନ ସାହୁ, ପ୍ରଭାତ କୁମାର ନାୟକ, ପ୍ରଦୀପ କୁମାର ସେଠୀ, ମନୋରଂଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *