ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବାଙ୍କୀ ବିଦ୍ୟାରତ୍ନ ଭବନ ପରିସରରେ ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ ଆୟୋଜନ କରାଯାଇଥିଲା । ବାଙ୍କୀର ବିଭିନ୍ନ ସ୍ଥାନରୁ ଆସିଥିବା ଏକାଧିକ କବି ମାନଙ୍କ ସମାବେଶରେ ସୁବ୍ରତ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିଲେ . ଉପସ୍ଥିତ କବି ମାନେ ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାପତି କବି ବିପ୍ଳବ ପରିଚାଳନା କରିଥିଲେ , ମୁଖ୍ୟ ଅତିଥି ରୂପେ ବିପିନ ବିହାରୀ ରାଉତ, ସମ୍ମାନିତ ଅତିଥି ଭାବରେ ଜ୍ଞାନେନ୍ଦ୍ର ମୋହନ ମିଶ୍ର ଏବଂ ମୁଖ୍ୟ ବକ୍ତା ଭାବେ କବି କୌଶିକ ନାୟକ ପ୍ରମୁଖ ଉପସ୍ଥିତ ରହିବା ସହ ସାହିତ୍ୟ ର ଅଗ୍ରଗତି ନିମନ୍ତେ ଆଲୋଚନା ମାଧ୍ୟମରେ ଆଲୋକପାତ କରିଥିଲେ . ପରିଶେଷରେ ଅକ୍ଷୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।
ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବାଙ୍କୀ ବିଦ୍ୟାରତ୍ନ ଭବନରେ ଦେଶାତ୍ମବୋଧକ କବିତା ପାଠ !!!

