ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସେବା ସ୍ଵଧାର ଗୃହ” ତରଫରୁ ଆଜାଦି କା ଅମୃତ ମହୋତ୍ସବ ପାଳନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ” ସେବା ସ୍ଵଧାର ଗୃହ ” ତରଫରୁ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଇଛି । ଏହା ଚଳିତ ମାସ 13 ତାରିଖ ଠାରୁ 15 ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ସେବା ର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା , ସେବା ର ଉପ ସଭାପତି ସଞ୍ଜୟ କୁମାର ସୁବୁଦ୍ଧି ,ସେବା ସ୍ଵଧାର ଗୃହ ର ତତ୍ତ୍ୱାବଧାରିକା କୁମାରୀ ବନିତା ମଲ୍ଲିକ, ସ୍ଵଧାର ଗୃହର ପରାମର୍ଶଦାତ୍ରୀ ଶ୍ରୀମତୀ ସରିତା ଆଚାର୍ଯ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିଲା । ସ୍ୱାଧୀନତା ର 75 ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ପତାକା ଉତ୍ତୋଳନ ସହିତ ସେବା ସ୍ଵଧାର ଗୃହ ତରଫରୁ ଅନ୍ତେବାସୀ ମାନଙ୍କୁ ନେଇ ଝୋଟି, ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀ ମାନଙ୍କୁ ସେବା ର ଉପ-ସଭାପତି ସଞ୍ଜୟ କୁମାର ସୁବୁଦ୍ଧି ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ସେବା ସ୍ୱାଧର ଗୃହ ତରଫରୁ ସମସ୍ତ ଅଂଶଗ୍ରହଣକାରୀ ଓ ବିଚାରପତି ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *