କଳାପଥର ( ଆୱାଜ ମିଡିଆ ) – ପ୍ରଶାନ୍ତ କର : ସାରା ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ସମଗ୍ର ଦେଶରେ ୭୬ ତମ ସ୍ବାଧିନତା ଦିବସରେ ଉଡିଲା ତ୍ରିରଙ୍ଗା । କଳାପଥର ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସମେତ କ୍ଲବ ଓ ଗୋଡି ସାହି ଛଅ ନମ୍ବର ୱାର୍ଡ ରେ ପାଳିତ ହେଇଯାଇଛି ଏହି ପବିତ୍ର ଦିବସ । ଛଅ ନମ୍ବର ୱାର୍ଡ ର ଯୁବକ ସଙ୍ଘ ତରଫରୁ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ , କଳାପଥର ଗ୍ରାମ ପଞ୍ଚାୟତର ସମିତି ସଭ୍ଯା ଶ୍ରୀମତୀ ଝରଣା ରଣା ଅତିଥି ଭାବେ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ । ସ୍ଥାନୀୟ ୱାର୍ଡ ସଭ୍ୟ ଜିତେନ୍ଦ୍ର କୁମାର ଚୌଧୁରୀ , ଗଣେଶ ମହାପାତ୍ର, ବିଶ୍ୱଜିତ ବିଶ୍ୱାଳ, ସନ୍ତୋଷ ବେହେରା, ଫକୀର ଚରଣ ସାହୁ, ଆଶୁତୋଷ ପ୍ରଧାନ, ସଞ୍ଜୟ କୁମାର ବେହେରା, ପ୍ରଭାତ କୁମାର ସାହୁ, ପ୍ରଶାନ୍ତ ସାହୁ ପ୍ରମୂଖ ଉପସ୍ଥିତ ଥିଲେ !
୭୬ ତମ ସ୍ବାଧିନତା ଦିବସ ପାଳିତ : ଉଡିଲା ତ୍ରିରଙ୍ଗା !!!

