କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାର ପଦ୍ମଶ୍ରୀ ଉପାଧି ପାଇଥିବା ପୂର୍ଣ୍ଣମାସୀ ଜାନୀ ଆଜି ହଠାତ ଅସୁସ୍ଥ ହୋଇ ପଡିଛନ୍ତି ! ତାଙ୍କୁ ସଙ୍ଗେ ସଙ୍ଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ଭେଷଜ ୱାର୍ଡ଼ରେ ଭର୍ତ୍ତି କରାଯାଇଛି । ବୟସାଧିକ କାରଣରୁ ତାଙ୍କ ଦେହ ହଠାତ ଅସୁସ୍ଥ ହୋଇ ପଡ଼ିଥିଲା l ବର୍ତ୍ତମାନ ସେ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଥିବା ସମୟରେ , ଡାକ୍ତର ମାନେ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି . ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅଜିତ ଦଳେଇ ପ୍ରକାଶ କରିଛନ୍ତି । ପୂର୍ଣ୍ଣବାସୀ ଜାନୀ ଓରଫ ତାଡିସରୁ ବାବାଙ୍କୁ ଏଇ ନିକଟରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରା ଯାଇଥିଲା ।