ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ନାଗପୁର ଗ୍ରାମରେ ମନରେଗାରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଜୟଦେବ ଯୁବ ସାମ୍ବାଦିକ ସଙ୍ଘ ଓ ନାଗପୁର ବିକାଶ ପରିଷଦର ମିଳିତ ସହଯୋଗରେ ରନ୍ଧନ ଖାଦ୍ୟ ବଣ୍ଟନ କରା ଯାଇଛି । ଏହି କାର୍ଯ୍ୟକ୍ରମରେ ଜୟଦେବ ଯୁବ ସାମ୍ବାଦିକ ସଙ୍ଘର ସଭାପତି ଗଗନ ଭୋଇ , ଉପ-ସଭାପତି ଗୋଲଖ ବେହେରା , ଉପଦେଷ୍ଟା ଦୀନବନ୍ଧୁ ଭୋଇ ଓ ନାଗପୁର ବିକାଶ ପରିଷଦର ସଦସ୍ୟ ଦୁଃସାଶନ ଭୋଇ, ରାମ ଭୋଇ ,ଭାଜନୀ ଭୋଇ, ରବି ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ମହାମାରୀ ସଂକ୍ରମଣ ପରିସ୍ଥିତିରେ ସାମ୍ବାଦିକ ସଂଘ ଏବଂ ସାମାଜିକ ସଂଗଠନର ଏପରି କାର୍ଯ୍ୟକୁ ସବୁ ମହଲରେ ସ୍ୱାଗତ କରାଯାଇଛି ।