ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ “ୟସ” ଆସନ୍ତା 26 ତାରିଖ ଦିନ ଲ୍ୟାଣ୍ଡ ଫଲ ହେବାକୁ ଥିବା ସମୟରେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସେହିଭଳି ଭାବେ ଢେଙ୍କାନାଲ ଜିଲ୍ଳାର ଅଗ୍ନିଶମ ସେବା ବାହିନୀ ତରଫରୁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଢେଙ୍କାନାଳ ରେ 11 ଟି ଟିମ ଗଠନ କରାଯାଇଥିବା ବେଳେ ପ୍ରତ୍ୟେକ ଟିମରେ 3 ଜଣ ଲେଖାଏଁ ଅଗ୍ନିଶମ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ସହ ଗୋଟିଏ ଗାଡ଼ି, ବିଭିନ୍ନ ପ୍ରକାର ର ଗଛ କଟା କଟର, ଏବଂ ଅନ୍ୟାନ୍ୟ ଜିନିଷ ପତ୍ର ଆଲଟ କରାଯାଇଛି ବୋଲି ଆସିଷ୍ଟାଣ୍ଟ ଫାୟାର ଅଫିସର ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି । ସେହିପରି ଭାବେ ଏକ ସ୍ପେସିଆଲ 7 ଜଣିଆ ଟିମ ଢେଙ୍କାନାଳ ରୁ ଯାଜପୁର ଅଭିମୁଖେ ଯିବା ପାଇଁ ପ୍ରସ୍ତୁତ କରାଯାଇଛି , ଯେଉଁମାନେ କି ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ପାଇଁ ସମ୍ପୂର୍ଣ ଆଲର୍ଟ ରହିବେ ବୋଲି ସୁମନ୍ତ କୁମାର ଖମରି ଷ୍ଟେସନ ଅଫିସର ହିନ୍ଦୋଳ ରୋଡ଼ ସୂଚନା ଦେଇଛନ୍ତି ।