ବାଣପୁର ସବ୍ ଜେଲ ରେ ବନ ମହୋତ୍ସବ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ସବ୍ ଜେଲ ରେ ଗୁରୁବାର ବନ ମହୋତ୍ସବ ପାଳିତ ହୋଇ ଯାଇଚି । ସେଣ୍ଟ ଜନ ଆମ୍ବୁଲାନ୍ସ ର ଆଜୀବନ ସଭ୍ୟ ଅନନ୍ତ ଚରଣ ଖଟେଇ ଓ ସମାଜସେବୀ ରୁପେଶ ସେନାପତି ଙ୍କ ନେତୃତ୍ୱ ଓ ବାଣପୁର ସବ୍ ଜେଲ ସୁପରିଟେଣ୍ଡେଣ୍ଟ ଦଣ୍ଡପାଣି ପାତ୍ର ଓ ସହକାରାପାଳ କାଁହୁ ଚରଣ ମଲ୍ଲ ଙ୍କ ତତ୍ଵାବଧାନରେ ରେ ୫୦ ରୁ ଉର୍ଦ୍ଧ ବିଚାରଧୀନ ବନ୍ଦୀ ଓ ଅନ୍ତେବାସୀ ଙ୍କୁ ନେ଼ଇ ବନ ମହୋତ୍ସବ ପାଳନ କରଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ ବାଳ ମୁକୁନ୍ଦ ଦାସ ଯୋଗଦେଇ ବୃକ୍ଷର ମହତ୍ତ୍ଵ ସମ୍ପର୍କ ରେ ବକ୍ତବ୍ୟ ଦେଇଥିଲେ । ସଭା ପରିଶେଷରେ ଅନ୍ତେବାସୀ ଙ୍କୁ ନେ଼ଇ ସବ୍ ଜେଲ ଚତ୍ରୁପାଶ୍ୱର୍ରେ ବିଭିନ୍ନ ପ୍ରକାର ବୃକ୍ଷ ର ଚାରା ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ସମାଜସେବୀ ପ୍ରଭାତ କୁମାର ବେହେରା, ସାମ୍ବାଦିକ ସାଗର କୁମାର ସାହୁ ଓ ରାକେଶ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *