ସ୍ୱାମୀ – ସ୍ତ୍ରୀ – ପ୍ରେମିକ ଲୁଚକାଳି ଖେଳ !!

0
416

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସ୍ୱାମୀ ଖୋଜୁଛି ସ୍ତ୍ରୀ କୁ ହେଲେ ସ୍ୱାମୀ ସହ ଲୁଚକାଳି ଖେଳି ସ୍ତ୍ରୀ ଖୋଜୁଛି ତାର ପ୍ରେମିକକୁ ! ତେବେ ଘଟଣାକୁ ନେଇ ପୋଲିସ ପାଖରେ କୈାଣସି ଅଭିଯୋଗ ହୋଇନଥିବା ରୁ ପୋଲିସ ଚୁପ୍ । ଏଭଳି ଏକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅଞ୍ଚଳରେ । ଘଟଣା ରୁ ପ୍ରକାଶ ଭାପୁର ବ୍ଲକ ବାଇଗୁଣିଆ ଗ୍ରାମର ଜଣେ ଯୁବତୀ ୨୦୧୫ ମସିହାରେ ଖଣ୍ଡପଡ଼ା ବ୍ଲକ ନୂଆପଡ଼ା ଅଞ୍ଚଳରେ ବିବାହ କରିଥିଲେ । ମହିଳାଙ୍କର ବର୍ତ୍ତମାନ ପାଞ୍ଚ ବର୍ଷର ଝିଅ ଏବଂ ତିନି ବର୍ଷର ଗୋଟିଏ ପୁଅ ଅଛି । ତେବେ ତାଙ୍କର ସଂସାର ଭିତରକୁ ପଶି ଆସିଛି ପୁରୁଣା ପ୍ରେମିକ .

ସୂଚନା ଅନୁସାରେ ପାଠ ପଢିବା ସମୟରେ ମହିଳାଙ୍କର ନୁଆପଲ୍ଲୀ ଗ୍ରାମର ଜଣେ ପୁଅ ସହିତ ପ୍ରେମ ସମ୍ପର୍କ ଥିଲା । ବିବାହ ର ଛଅ ବର୍ଷ ପରେ ମହିଳା ଜଣଙ୍କ ତାଙ୍କର ପୁରୁଣା ପ୍ରେମିକ ସହିତ ଫେରାର ହୋଇ ଯାଇଥିଲେ । ଗତ ଚାରି ଦିନ ତଳେ ପ୍ରେମିକ ଜଣକ ତାର ମହିଳା ପ୍ରେମିକା କୁ ଧରି ନିଜ ଗ୍ରାମ ନୁଆପଲ୍ଲୀ କୁ ଆସୁଥିବା ଖବର ପାଇ ପୁଅକୁ ତାର ବାପା ଧମକ ଦେବାରୁ ପ୍ରେମିକା କୁ ଛାଡି ପ୍ରେମିକ କେଉଁ ଆଡେ ପଳାଇ ଯାଇଛି । ଫଳରେ ମହିଳା ଜଣଙ୍କ ନିଜ ପ୍ରେମିକକୁ ଖୋଜି ଖୋଜି ଆସି ଘର ତାଲା ପଡିଥିବାରୁ ପ୍ରେମିକ ଦୁଆରେ ବସିଛି । ଅନ୍ୟପକ୍ଷେ ସ୍ତ୍ରୀ କୁ ଖୋଜି ଖୋଜି ସ୍ୱାମୀ ଆସି ପହଞ୍ଚିବା ସମୟରେ ସ୍ତ୍ରୀ କେଉଁଠାରେ ଲୁଚି ଯାଉଛି । ସ୍ୱାମୀ ଯିବାପରେ ପୁଣି ଆସି ପ୍ରେମିକ ଦୁଆରେ ବସୁଛି । ଏ ସମ୍ପର୍କରେ କୈାଣସି ଅଭିଯୋଗ ହୋଇ ନଥିଲେ ମଧ୍ୟ ଫତେଗଡ ପୋଲିସ ପକ୍ଷରୁ ଦୁଇଜଣ ମହିଳା ଗ୍ରାମରକ୍ଷୀ ଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here