ଢେଙ୍କାନାଳ ରେ ଭାରତ ବନ୍ଦ ର ପ୍ରଭାବ !

0
275

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ କୁ ବିରୋଧ କରି ସମଗ୍ର ଭରତରେ ଦେଖାଦେଇଛି ଚାଷୀ ଅସନ୍ତୋଷ . ବିଭିନ୍ନ ସଂଗଠନର ମିଳିତ ଆହ୍ୱାନରେ ଭାରତ ବନ୍ଦ ଡାକରା ଦିଆ ଯାଇଥିଲା । ଏହି ଭାରତ ବନ୍ଦ ର ପ୍ରଭାବ ଢେଙ୍କାନାଳରେ ମଧ୍ୟ ଦେଖିବାକୁ ମିଳିଥିଲା । ସକାଳ 6 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଦୀର୍ଘ 12 ଘଣ୍ଟା କାଳ ଏହି ବନ୍ଦ ଡାକରାକୁ ଢେଙ୍କାନାଳର ଜିଲ୍ଲା କଂଗ୍ରେସ ସମର୍ଥନ ଜଣାଇବା ସହ 55ନମ୍ବର ଜାତୀୟ ରାଜପଥ କୁ ବନ୍ଦ କରି ରଖିଥିଲେ । ଢେଙ୍କାନାଳ ଜିଲ୍ଲାର ଗାଡ଼ି ଚଳାଚଳ ଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍କୁଲ, କଲେଜ ଆଦି ସବୁକୁ ବନ୍ଦ କରାଯାଇଥିଲା ।

କେନ୍ଦ୍ର ସରକାରଙ୍କର କୃଷି ବିଲ କୁ ବିରୋଧ କରି ଏହି ଭାରତ ବନ୍ଦ ଡାକରା ଦିଆଯାଇଥିଲା । କୃଷକ ମାନଙ୍କ ସହ ଅନେକ ମାତ୍ରାରେ କଂଗ୍ରେସ କର୍ମୀ ମାନେ କଲେଜ ବାଏପାସ ନିକଟବର୍ତ୍ତୀ 55 ନମ୍ବର ରାଜପଥ କୁ ଅବରୋଧ କରି ରଖିବା ଦ୍ୱାରା ଉଭୟ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା । ଏହି ଭାରତ ବନ୍ଦ ଡ଼ାକରାରେ ଢେଙ୍କାନାଳ ଜିଲ୍ଲା କଂଗ୍ରେସର ସଭାପତି ସରୋଜ ପଟ୍ଟନାୟକ, ଟାଉନ କଂଗ୍ରେସ ସଭାପତି ହାଇଦର ମହମଦ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ପାଣି, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ପାଣି ପ୍ରମୁଖ ଯୋଗ ଦେଇଥିଲେ । ଏଥି ସଂଗେ ସଂଗେ ଶହ ଶହ ମାତ୍ରାରେ ଯୁବ କଂଗ୍ରେସ ,ଛାତ୍ର କଂଗ୍ରେସ ର କର୍ମୀମାନେ ମଧ୍ୟ ଆନ୍ଦୋଳନରେ ଯୋଗଦେଇ ଏହି ଭାରତ ବନ୍ଦ କୁ ସଫଳ କରାଇଥିଲେ ।

LEAVE A REPLY

Please enter your comment!
Please enter your name here