ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲ୍ୟ ବିବାହ ସମ୍ପର୍କୀତ ଖବର ପ୍ରସାରଣ ପରେ ଚେତିଲେ ପ୍ରଶାସନ ! ବାଣପୁର ଅଞ୍ଚଳର ନାବାଳିକାକୁ ରବିବାର ଦିନ ପ୍ରଶାସନ ପକ୍ଷରୁ ଉଦ୍ଧାର କରା ଯାଇଛି । ଉଦ୍ଧାର ପରେ ସମୃକ୍ତ ନାବାଳିକାଙ୍କୁ ଭୁବନେଶ୍ଵର କଳିଙ୍ଗ ନଗର ଶିଶୁ ଯନ୍ନ ପ୍ରତିଷ୍ଠାନରେ ରଖା ଯାଇଛି । ସୂଚନା ମୁତାବକ ବାଣପୁର ଅଞ୍ଚଳର ଏକ ଗରିବ ପରିବାର ସପ୍ତମ ଶ୍ରେଣୀରେ ପଢ଼ୁଥିବା ୧୪ ବର୍ଷୀୟା ଝିଅକୁ ତାର ବାପା ମାଆଙ୍କୁ ପ୍ରଲୋଭନ ଦେଖାଇ ସେଠାକାର ଜଣେ ଯୁବକ ମନ୍ଦିରରେ ବିବାହ କରି ନେଇଥିଲା । ଏନେଇ ପ୍ରଶାସନକୁ ସୂଚନା ଦିଆ ଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିଲା । ଏହି ବିଷୟରେ ରବିବାର ଦିନ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ପରେ ପ୍ରଶାସନ ପକ୍ଷରୁ ନାବାଳିକାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲା । ଏହି କ୍ରମରେ ବାଣପୁର ସିଡିପିଓ , ସୁନାଖଳା ଫାଣ୍ଡିର କେଶବ ଚନ୍ଦ୍ର ବେହେରା ସାନନଇରି ଗ୍ରାମକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଶିଶୁ କଲ୍ୟାଣ ସମିତି ରେ ହାଜର କରାଯାଇଥିଲା । ତାପରେ ସିଡବ୍ୟୁସିଙ୍କ ନିର୍ଦ୍ଦେଶ କ୍ରମେ ନାବାଳିକାଙ୍କୁ ଭୁବନେଶ୍ଵର କଳିଙ୍ଗ ନଗର ଶିଶୁ ଯନ୍ନ ପ୍ରତିଷ୍ଠାନରେ ରଖା ଯାଇଛି ।
ବାଲ୍ୟ ବିବାହ ସମ୍ପର୍କିତ ଖବର ପ୍ରସାରଣ ପରେ ବାଣପୁର ଥାନା ଅଞ୍ଚଳରୁ ଉଦ୍ଧାର ହେଲେ ନାବାଳିକା !!!

