ଲଘୁଚାପ ଜନିତ ଲଗାଣ ବର୍ଷା : ଧୋଇଗଲା ଅସ୍ଥାୟୀ ପୋଲ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଲଘୁଚାପ ଜନିତଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ . ରାଇକିଆ – ଦାରିଙ୍ଗିବାଡି ଯାନବାହାନ ଚଳାଚଳ ବନ୍ଦ . କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ବ୍ଲକ୍ ମୁରୁଡ଼ି କୁପୁଡ଼ା ଠାରେ ଦାରିଙ୍ଗିବାଡି – ରାଇକିଆ କୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ରବିବାର ଅପରାହ୍ନ ରେ ଧୋଇଯିବା ଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଗତ ୨୦୧୮ ତିତିଲି ବାତ୍ୟା ରେ ଏଠାରେ ଥିବା ସ୍ଥାୟୀ ପୋଲ ଟି ଧୋଇ ଯାଇଥିଲା । ସେବେ ଠାରୁ ଅସ୍ଥାୟୀ ଭାବେ ରାସ୍ତା ପାଖରେ ମାଟି ପକା ଯାଇ ଡାଇଭରସନ୍ ନିର୍ମାଣ କରାଯାଇ ଯାନବାହାନ ଚଳାଚଳ କରୁଥିଲା । ଏ ମଧ୍ୟରେ ଚାରି ବର୍ଷ ବିତି ଯାଇଥିଲେ ମଧ୍ୟ ସ୍ଥାୟୀ ପୋଲଟି ନିର୍ମାଣ କରାଯାଇ ନଥିଲା । ଫଳ ସ୍ୱରୂପ ଗତ ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ଡ଼ାଇଭରସନ୍ ଧୋଇ ହୋଇ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି । ପ୍ରତ୍ୟେକ ବର୍ଷ ଏହିପରି ଡ଼ାଇଭରସନ୍ ଧୋଇ ହୋଇ ଯାଉଥିଲେ ମଧ୍ୟ କେବଳ ମାଟି ପକାଇ ଅସ୍ଥାୟୀ ଭାବେ ଯାନ ବାହନ ଚଳାଚଳ ହେଉଛି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସ୍ଥାୟୀ ପୋଲଟିକୁ ତୁରନ୍ତ ମରାମତି କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ଦାବୀ ହେଉଛି l

Leave a Reply

Your email address will not be published. Required fields are marked *