ନୟାଗଡ଼ ଜିଲ୍ଲାର ତିନୋଟି ବ୍ଲକ ରେ ବନ୍ୟା ସ୍ଥିତି ଗମ୍ଭୀର !!!

0
674

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଉପର ମୁଣ୍ଡରେ ପ୍ରବଳ ବର୍ଷା ସହ ହୀରାକୁଦ ର ୪୦ ଗେଟ୍ ଖୋଲିବା ଦ୍ବାରା ମହାନଦୀର ଜଳସ୍ତର ବଢୁଥିବା ରୁ ନୟାଗଡ଼ ଜିଲ୍ଲାର ତିନୋଟି ବ୍ଲକ ରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ବନ୍ୟା ପ୍ରଭାବରେ ଗଣିଆ ବ୍ଲକର ବଡମୂଳ, ରାସଙ୍ଗ, କଳାପାଟ ଠାରେ ରାସ୍ତା ଉପରେ ୬ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି । ଏହି ଅଞ୍ଚଳ କୁ ଯୋଗାଯୋଗ ବିଚ୍ଛିନ୍ନ ହେତୁ କିଶୋର ପ୍ରସାଦ, ଛାମୁଣ୍ଡିଆ, ବଡସିଲିଙ୍ଗା ପଞ୍ଚାୟତ ର ପ୍ରାୟ ତିନି ହଜାର ରୁ ଉର୍ଦ୍ଧ୍ବ ଲୋକ ଜଳବନ୍ଦୀ ହେଇ ରହିଛନ୍ତି । ଭାପୁର ବ୍ଲକ ରେ ବନ୍ୟାଜଳ ପ୍ରବାହିତ ହେବାରୁ କରବର ପଞ୍ଚାୟତ ର କରବର , ଗୁଡୁପଡା, ମାଣିତ୍ରୀ, ବଡବର, ନଣ୍ଡାବର ପ୍ରଭୃତି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛିା କାଳିଗିରି ନଦୀ ରେ ବନ୍ୟାଜଳ ଆସି ବ୍ରିଜ ଉପରେ ବନ୍ୟାଜଳ ପ୍ରବାହିତ ହେବା ଦ୍ବାରା ଖଣ୍ଡପଡ଼ା ଠାରୁ ଭୁବନେଶ୍ଵର ଯାତାୟାତ ପ୍ରଭାବିତ ହୋଇଛି । ମାଣିତ୍ରି ଗ୍ରାମ ଭିତରେ ତିନି ଫୁଟର ବନ୍ୟାଜଳ ପ୍ରବାହିତ ହେବା ଦ୍ବାରା ଲୋକମାନେ ଭୟଭୀତ ରେ ରହିଥିବା ସୂଚନା ମିଳିଛି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ବୋଟର ବ୍ୟବସ୍ଥା କରିଥିବା ବେଳେ ତିନୋଟି ବ୍ଲକ ର ତିରିଶଟି ବିଦ୍ୟାଳୟ କୁ ଛୁଟି ଘୋଷଣା କରାଯାଇଛି । ଗଣିଆ ବ୍ଲକର ୯ ଟି, ଭାପୁର ବ୍ଲକ ର ୧୨ ଟି ଖଣ୍ଡପଡ଼ା ବ୍ଲକ ର ୯ ଟି ବିଦ୍ୟାଳୟ କୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଲୋକମାନେ ବନ୍ୟା ଲାଗି ଭୟଭୀତ ଥିବା ସହ ବନ୍ୟା ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେଇଛନ୍ତି । ପ୍ରଶାସନ ବନ୍ୟା ପରିସ୍ଥିତି ଉପରେ ଦୃଷ୍ଟି ରଖିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here