ବିଜେଡି ର ଉଚ୍ଚ କ୍ଷମତାସମ୍ପନ୍ନ ପରିଚାଳନା କମିଟି ଗଠିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଜେଡ଼ି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟକ୍ରମର ପରିଚାଳନା ସମନ୍ୱୟ ଏବଂ କ୍ରିୟାନ୍ବୟନ ପାଇଁ ଦଳର ପନ୍ଦର ଜଣ ବରିଷ୍ଠ ନେତୃତ୍ବଙ୍କୁ ନେଇ ଏକ ଉଚ୍ଚ କ୍ଷମତାସମ୍ପନ୍ନ ପରିଚାଳନା କମିଟି ଗଠନ କରିଛନ୍ତି । ଏହି କମିଟିର ଅଧ୍ୟକ୍ଷ ଭାବେ ଦଳୀୟ ଉପ-ସଭାପତି ତଥା ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ଦାୟିତ୍ୱ ଦେଇଛନ୍ତି ନବୀନ ବାବୁ । କମିଟି ଗଠନ ହେବାପରେ ପ୍ରଥମ କରି ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମସ୍ତ କମିଟି ସଦସ୍ୟଙ୍କ ଉପସ୍ଥିତରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରାଯାଇ କିଭଳି ଭାବେ ଗାଁ ଗାଁରେ ଲୋକମାନଙ୍କ ପୁନଃ ଆସ୍ଥା ଭାଜନ ହୋଇ ରାଜ୍ୟର ସମସ୍ତ ୩୧୪ ବ୍ଳକ ୬୭୯୪ ଗ୍ରାମ ପଞ୍ଚାୟତ ଏବଂ ୯୨ ଏନଏସି ୫୨ ମୁନିସପାଲଟି ବିଜେଡ଼ି ଦଖଲ କରିବ ସେ ବିଷୟରେ ବିଶଦ ଭାବେ ଆଲୋଚନା ହୋଇଥିଲା । ସର୍ବ ସମ୍ମତିକ୍ରମେ ସବିଶେଷ ଆଲୋଚନା ପରେ ସନ୍ଧ୍ୟା ୫ ଘଟିକା ସମୟରେ ଦଳୀୟ ସଭାପତିଙ୍କୁ ନବୀନ ନିବାସରେ ଭେଟି ଆଗାମୀ କାର୍ଯ୍ୟକ୍ରମ ନେଇ ପୁଙ୍ଖାନୁପୁଙ୍ଖ ପରୀକ୍ଷା ନିରୀକ୍ଷା ଓ ଆଲୋଚନା ପାଇଁ ନିଷ୍ପତ୍ତି ନିଆଯାଇଥିବା ଗଣମାଧ୍ୟମକୁ ସୁଚନା ଦେଇଥିଲେ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ।।

 

Leave a Reply

Your email address will not be published. Required fields are marked *