ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ଵର ଅଞ୍ଚଳରେ ମହା ସମାରୋହରେ ପାଳିତ ହୋଇଛି ୭୬ ତମ ସ୍ବାଧିନତା ଦିବସ । ଏହି ଅବସରରେ ଅସୁରେଶ୍ଵର ପଞ୍ଚାୟତ ସରପଞ୍ଚ ଗୈାତମୀ ଦାସ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପଞ୍ଚାୟତ ପରିସରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ବରିଷ୍ଠ ବ୍ୟକ୍ତି ଙ୍କ ଦ୍ଵାରା ପଞ୍ଚାୟତ ପରିସରରେ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟ ରେ ୨୬ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଜସ୍ମୀତା ସେଠୀ, ସମିତି ସଭ୍ୟ ହିମାନ୍ଦ୍ରୀ ମିଶ୍ର , ଯୁବନେତା ଅନନ୍ତ କୁମାର ଦାସ, ନିତ୍ୟାନନ୍ଦ ସେଠୀଙ୍କ ସମେତ ଅଞ୍ଚଳ ର ମୁରବୀ ତୁଲ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ପଞ୍ଚାୟତ ପକ୍ଷରୁ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସେହିପରି ସୁଭଦ୍ରା ମହତାବ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ମାନେ ହାତରେ ଜାତୀୟ ପତାକା ଧରି ଏକ ବିରାଟ ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରିଥିଲେ । ଅସୁରେଶ୍ଵର ବ୍ୟବସାୟୀ ସଂଘ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।
ଅସୁରେଶ୍ଵର ଅଞ୍ଚଳରେ ପାଳନ ହେଲା ୭୬ ତମ ସ୍ବାଧିନତା ଦିବସ !!!

