ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ବଡ଼ପଂଡୁସର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୭୬ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ସରପଞ୍ଚ ବନିତା ନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ୨୧ ଜଣ ପୂର୍ବତନ ସାମାରିକ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବଡ଼ ପଂଡୁସର ଗ୍ରାମ ପଞ୍ଚାୟତର ମାଟ୍ରିକ ଟପ୍ପର ଚିନ୍ମୟୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଯୋଗ ଦେଇଥିଲେ ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲା , ସମିତି ସଭ୍ୟାଙ୍କ ପ୍ରତିନିଧି ମାଧବ ବେହେରା, ମୀନକେତନ ପ୍ରଧାନ, ସୁବାଷ ଜେନା, ସୁରେନ୍ଦ୍ର ଖଣ୍ଡା, ମଳୟ ଜେନା, ପ୍ରଫୁଲ୍ଲ କୁମାର ଜେନା, ପ୍ରଦୀପ୍ତ କୁମାର ସାହୁ, ସନ୍ତୋଷ କୁମାର ମହାପାତ୍ର, ବାବାଜୀ ମହାନ୍ତି ଏବଂ ପଞ୍ଚାୟତର ସମସ୍ତ ୱାର୍ଡମେମ୍ବର । ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତ କର୍ମଚାରୀ, ଗ୍ରାମ୍ୟ ଶାନ୍ତି କମିଟି, ସ୍ବେଛାସେବୀ ଅନୁଷ୍ଠାନ ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ବଡପଂଡୁସରରେ ସ୍ୱାଧୀନତା ର ଅମୃତ ମହୋତ୍ସବ !!!

