ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆର.ଉଦୟଗିରି କୃଷି ଜିଲ୍ଲା ଅଧିକାରୀ ଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ପାରା ସଂପ୍ରସାରଣ କର୍ମଚାରୀ ମାନଙ୍କର ସଚେତନତା ଓ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୋହନା ବ୍ଳକ, ଆର ଉଦୟଗିରି ବ୍ଳକ, ନୂଆଗଡ଼ ବ୍ଳକ ର ସମସ୍ତ କୃଷକ ସାଥି , ଭିଏଲଡ଼ବ୍ଲୁ , ଓଭରସିୟର , ଉଦ୍ୟାନ କୃଷି ସଂପ୍ରସାରଣ କର୍ମଚାରୀ, ଆସିଷ୍ଟାଣ୍ଡ ଇଞ୍ଜିନିୟର, ଟେକ୍ନିସିୟାନ, ସମସ୍ତ ସରକାରୀ କୃଷି ଅଧିକାରୀ, ବ୍ଳକ ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । KVK ର ମୁଖ୍ୟ ସଂଗ୍ରାମ କେଶରୀ ପରମ ଗୁରୁ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାଶ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ବେହେରା ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସରକାରଙ୍କର କୃଷି, ଉଦ୍ୟାନ ଓ ମୃତ୍ତିକା ସଂରକ୍ଷଣର ବିଭିନ୍ନ ଯୋଜନା ଉପରେ ସଚେତନତା କରାଇବା । ଏମାନେ ତୃଣମୂଳ ସ୍ତରକୁ ଯାଇ ଚାଷୀକୁ ସରକାରଙ୍କର ଯୋଜନା ଉପରେ ସଚେତନତା କରାଇବେ । ଚାଷି କିପରି ସରକାରଙ୍କ ଯୋଜନା ଦ୍ୱାରା ଉପକୃତ ହେବେ ତାହା ଉପରେ ଏକ ଦିନିଆ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆର ଉଦୟଗିରି ADO ସୁରେନ୍ଦ୍ର କୁମାର ସାହୁ ପରିଚାଳନା କରିଥିଲେ ।
ପାରା ସଂପ୍ରସାରଣ କର୍ମଚାରୀ ମାନଙ୍କର ସଚେତନତା ଓ ଦକ୍ଷତା ବୃଦ୍ଧି ତାଲିମ ଶିବିର !!!

