କରୋନା ରେ ମୃତକଙ୍କୁ – ସି.ପି.ଆଇ(ଏମଏଲ) ତରଫରୁ ଶ୍ରଦ୍ଧାଞ୍ଜଳୀ !!

0
216

ରାୟଗଡ଼ା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଦୁନ୍ଧୁଲି ଗ୍ରାମରେ ସି.ପି. ଆଇ (ଏମଏଲ) ପକ୍ଷରୁ କରୋନା ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ମାନଙ୍କୁ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି । ଏଥିରେ ସି.ପି. ଆଇ (ଏମଏଲ) ପକ୍ଷରୁ ସରାବୁ ପିତେଶ, ପାତ୍ରପୁଟ, ଗବରପାଲି, କେଉଟଗୁଡା, କୁରୁମପେଣ୍ଟା, ଲେଲିବାଡି, ବିନିସପୂର୍ , ଗ୍ରାମବାସୀ ମାନେ ଯୋଗ ଦେଇଥିଲେ । ଉକ୍ତ ସଭା ରେ ସମସ୍ତ ଲୋକ ଉପସ୍ଥିତ ରହି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ କ୍ୟାଣ୍ଡେ଼ଲ ପ୍ରଜ୍ଜ୍ୱଳନ କରିଥିଲେ । ରାୟଗଡ଼ା ଜିଲ୍ଲା ସି.ପି. ଆଇ (ଏମଏଲ) ର ସମ୍ପାଦକ ଶ୍ରୀ ମୂର୍ତ୍ତୀ ମିନାକାଙ୍କ ନେତୃତ୍ୱରେ କୁରୁମପେଣ୍ଟା ଗ୍ରାମ ର ନେତାଜୀ ଯୁବକ ସଂଘର ର ସଭାପତି ସଦାନନ୍ଦ ପେଦେଣ୍ଟି, ପ୍ରଦୀପ ଜେନା, ସାରୁ ହୀମିରିକା , ଆଚାନା ମାଣ୍ଡଙ୍ଗି ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here