ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ ଓ ମା ଚର୍ଚ୍ଚିକା କୃଷି ଉତ୍ପାଦକ କମ୍ପାନୀ ମିଳିତ ଉଦ୍ୟମରେ ବାଙ୍କୀରେ ବନ୍ଯା ସହାୟତା ପ୍ରଦାନ !!!

Spread the love

ବାଙ୍କୀ ( ଆୱାଜ ମିଡିଆ ) – ଅନନ୍ତ ରଣା : ଚଳିତ ବର୍ଷ ମହାନଦୀରେ ପ୍ରଳୟଙ୍କାରୀ ବନ୍ଯା ବାଙ୍କୀ ବାସୀଙ୍କ ପାଇଁ ଏକପ୍ରକାର ଦାଉ ସାଧିବା ସହ ଚରମ ଦୁର୍ଘଟଣା ତାଣ୍ଡବ ରଚିଛି ।ଯାହା ଫଳରେ ଚାଷୀର ଉଜୁଡ଼ି ଯାଇଛି କ୍ଷେତ ଓ ଭାଙ୍ଗୀ ଯାଇଛି ଚାଷୀ ମାନଙ୍କର ମେରୁଦଣ୍ଡ । ବାଙ୍କୀର ଚାରିପଟୁ ମହାନଦୀକୁ ସଂଯୋଗ କରୁଥିବା ମୁହାଣ କାଳିଗରି , ଚନ୍ଦ୍ରପା, ରଣଶଙ୍ଖ, ହୁଳୁହୁଳାରେ ବନ୍ଯା ଜଳ ବିଭିନ୍ନ ଗାଁ ଗଣ୍ଡାକୁ ପଶିବା ଦ୍ୱାରା ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ଲୋକେ । ଏହି କଥାକୁ ଦୃଷ୍ଟିରେ ରଖି ” ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ” ଭୂବନେଶ୍ବର ଓଡିଶା ଓ ମା ଚର୍ଚ୍ଚିକା କୃଷି ଉତ୍ପାଦକ କମ୍ପାନୀ ଲିଃ ବାଙ୍କୀର ମିଳିତ ଉଦ୍ୟମରେ କେଦାର ପ୍ରଧାନ ଚିଫ୍ ଅପରେଟିଂ ଅଫିସର L.A, ପ୍ରିତିରଞ୍ଜନ ବିଶ୍ବାଳ, ପ୍ରୋଜେକ୍ଟ ମ୍ଯାନେଜର ଆଶିଷ୍ ନାହାକ ,ଆଶିଷ୍ଟାଣ୍ଡ ମ୍ଯାନେଜର ବିକାଶ ଦାସ, ଆକାଉଣ୍ଟାଣ୍ଡ ଅଫିସର, ମା ଚର୍ଚ୍ଚିକା କୃଷି ଉତ୍ପାଦକ କମ୍ପାନୀ ଲିମିଟେଡର ଚିଫ୍ ଡାଇରେକ୍ଟର ସମାଜସେବୀ ଅଜୟ କୁମାର ସ୍ବାଇଁ, ସି.ଓ ମଦନମୋହନ ରାଉତ, ଡାଇରେକ୍ଟର ସିଦ୍ଧେଶ୍ବର ପାଇକରାୟଙ୍କ ସମେତ କମ୍ପାନୀର ଡାଇରେକ୍ଟର ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତିନି ଦିନ ଧରି ବାଙ୍କୀର ବିଭିନ୍ନ ପଞ୍ଚାୟତ ଅନୁଆରୀ, ଗୋଳାଗଣ୍ଡ, ବ୍ରହ୍ମପୁରା, ସୁବର୍ଣ୍ଣପୁର, ତାଳବସ୍ତ, କୁସୁନ୍ଦା ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବନ୍ଯା ପ୍ରପୀଡିତ ମାନଙ୍କୁ ସହାୟତାର ହାତ ବଢାଇ ଆଗାମୀ ଦିନରେ କମ୍ପାନୀ ତରଫରୁ ଏହି କାର୍ଯ୍ଯ ଆଗକୁ ଜାରି ରହିବ ବୋଲି ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ ଭୂବନେଶ୍ବର ପକ୍ଷରୁ ପ୍ରକାଶ କରାଯାଇଛି ।

Leave a Reply

Your email address will not be published. Required fields are marked *