ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କନଫେରନ୍ସ ହଲ ଠାରେ ଶିଶୁ ସୁରକ୍ଷା ସେବା ପ୍ରଦାନକାରୀ ମାନଙ୍କ ପାଇଁ ମନୋ ସାମାଜିକ ସହାୟତା ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଅଳକା ସାହୁ ସିଡବ୍ଲୁସି ଚେୟାରପରସନ , ଏ .ଆପା ରାଓ ପ୍ରଭାର ନିର୍ଦେଶକ , ଶୀତଲ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଅଙ୍ଗନବାଡି କର୍ମୀ, NGO, ଚାଇଲଡ଼ ଲାଇନ, PRI ମେମ୍ବର ,ଡି.ସି.ପି.ୟୁ ଟିମ , CWC ମାନଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଲା କୋଭିଡ଼ ସମୟରେ ବାପା ମାଆ ହରାଇଥିବା ପିଲା ମାନଙ୍କର ଯେଉଁ ମାନସିକ ସ୍ଥିତି ଦୁର୍ବଳ ଓ ଭୟଭୀତ ହୋଇ ଯାଇଛି , ସେମାନଙ୍କର ମାନସିକ ସ୍ଥିତିକୁ ସୁଧାର ଆଣିବା ସହ କିପରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଅଣାଯିବ ତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳା PECUC, UNICEF, OSCPCR (OSPS) ଦ୍ବାରା ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭା ସ୍ବେଚ୍ଛାସେବୀ ଅନୁଷ୍ଠାନ ଏହାକୁ ସହଯୋଗ କରିଛନ୍ତି ।