ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ପୂର୍ବ ପ୍ରସ୍ତୁତି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ନୟାଗଡ଼ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବାତୀ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟ ସ୍ତରୀୟ ସଙ୍ଗୀତ, ବକୃତା, ଚିତ୍ରାଙ୍କନ, ସାଧାରଣ ଜ୍ଞାନ ପ୍ରତିଯୋଗିତା ସ୍ଥାନୀୟ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମ୍ୟୁନିସିପାଲଟି ଅଞ୍ଚଳରେ ଥିବା ୫ ମ ରୁ ୧୦ ମ ଶ୍ରେଣୀ ପର୍ଯ୍ୟନ୍ତ ୨୧ ଟି ବିଦ୍ୟାଳୟ ରୁ ୮୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ବକୃତା ପ୍ରତିଯୋଗୀତାରେ ବିଚାରକ ଭାବେ ସାମ୍ବାଦିକ ରାମକୃଷ୍ଣ ରଥ, ଅଶୋକ ମଲ୍ଲ, ଲକ୍ଷ୍ମୀଧର ସାହୁ ଏବଂ ସଙ୍ଗୀତ ପ୍ରତିଯୋଗିତାରେ କଣ୍ଠଶିଳ୍ପୀ ନବକିଶୋର ମିଶ୍ର, କଣ୍ଠଶିଳ୍ପୀ ଅଧ୍ୟାପିକା ଜୟଶ୍ରୀ ଦେବୀ , ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାସ ତଥା ଚିତ୍ରାଙ୍କନ ପ୍ରତିଯୋଗିତାରେ ନିର୍ମଳ ଚନ୍ଦ୍ର ଶୂରଦେଓ , ସାଧାରଣ ଜ୍ଞାନ ପ୍ରତିଯୋଗିତା ରେ ଚନ୍ଦ୍ର ବିଜୟୀ ମିଶ୍ର, ପ୍ରାକ୍ତନ ନିର୍ବାହୀ ଅଧିକାରୀ ବୈଦ୍ୟନାଥ ପ୍ରଧାନ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୩୧ ଅଗଷ୍ଟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ପୁରସ୍କୃତ କରାଯିବ ବୋଲି କାଉନସିଲର ଲକ୍ଷ୍ମୀଧର ମହାପାତ୍ର ସୁଚନା ଦେଇଛନ୍ତି । ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ କୁ ମ୍ୟୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ, କାଉନସିଲର କିଶାନ ଦାସ, ରାଜ କୁମାର ସାହୁ, ସର୍ମିଳ ପ୍ରଧାନ, ସୁନିତା ରାଣୀ ମହାପାତ୍ର ପ୍ରମୁଖ ଉପସ୍ଥିତ ହୋଇ ପରିଚାଳନା କରିଥିବା ବେଳେ ମ୍ୟୁନିସିପାଲଟି ତରଫରୁ ଗଜେନ୍ଦ୍ର ମହାରଣା, ଅଜିତ ମଲ୍ଲିକ, ମନୋଜ ଜେନା, ସୁଧାଂଶୁ ମହାରଣା, ସୁନିଲ୍ କୁମାର୍ ହୋତା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *