ପୁରୀ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜାତୀୟ ଯୁବ ଦିବସ ପାଳନ ଅବସରରେ ପିପିଲି ରେ ଆୟୋଜିତ ହୋଇଯାଇଛି ସ୍ବେଚ୍ଛାକୃତ ରକ୍ତଦାନ ଶିବିର । ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ଉଦ୍ୟମରେ ଏହି ଶିବିର ଆୟୋଜନ ହୋଇଥିବା ସମୟରେ ପ୍ରାୟ ୬୦ ରୁ ଅଧିକ ୟୁନିଟ ରକ୍ତ ସଂଗୃହୀତ ହୋଇଛି ।
ବିବେକାନନ୍ଦ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପିପିଲି ଅତିରିକ୍ତ ତହସିଲଦାର ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଜାଗୃତି ସଂଗଠନର ସଭାପତି ପ୍ରଭାତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପିପିଲି ଏସଡ଼ିପିଓ ଦେବଦତ୍ତ ବରାଳ , ଥାନା ଆଇଆଇସି ଗୌରାଙ୍ଗ ପୃଷ୍ଟି ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସୂଚନାଯୋଗ୍ୟ ଜାଗୃତି ସଂଗଠନ ସ୍ଥାନୀୟ ଅଂଚଳରେ ବିଭିନ୍ନ ଲୋକ କଲ୍ୟାଣ କାରୀ କାର୍ଯ୍ୟକ୍ରମ ଜାରି ରଖିଛି ।