ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ରାଜ୍ୟରେ ସମସ୍ତ ରକ୍ତ ଭଣ୍ଡାରରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ମାନେ ଚଳିତ ମାସ ୧୨ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରି ଆସୁଛନ୍ତି । ଏହି ଅସ୍ଥାୟୀ କର୍ମଚାରୀ ମାନଙ୍କୁ କେବଳ ରକ୍ତଦାନ ଶିବିର ସମୟରେ ପାରିଶ୍ରମିକ ମିଳୁଥିବାରୁ ସଂଘର ନିଷ୍ପତ୍ତି କ୍ରମେ ସମାନ କାମକୁ ସମାନ ଦରମା ଓ ସ୍ଥାୟୀ ନିଯୁକ୍ତି ସହ ସରକାରୀ କର୍ମଚାରୀ ଭଳି ବିଭିନ୍ନ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଆନ୍ଦୋଳନ ଚଳାଇଛନ୍ତି । ଚଳିତ ମାସ ୨୬ ତାରିଖରୁ ବାହାର ରକ୍ତଦାନ ଶିବିରରେ ଯୋଗ ଦେବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି ।