ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ରେ ବିଦ୍ୟାଳୟ ପ୍ରତିଷ୍ଠାତା ଙ୍କୁ ଅସମ୍ମାନ । ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଉଚ୍ଚ ବିଦ୍ୟାଳୟ ୧୯୬୮ ମସିହାରେ ନୟାଗଡ଼ ପୁର୍ବତନ ନଗରପାଳ ସ୍ବର୍ଗତ ରଘୁନାଥ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା । ବିଦ୍ୟାଳୟ ର ପରିସରରେ ସ୍ବର୍ଗତ ଦାସ ଙ୍କ ଏକ ପ୍ରତିମୂର୍ତ୍ତୀ ସ୍ଥାପନ ମଧ୍ୟ କରାଯାଇଥିଲା । କିଛି ଦିନ ପୂର୍ବେ ସ୍ବର୍ଗତ ଦାସ ଙ୍କର ପୁରୁଣା ପ୍ରତିମୂର୍ତ୍ତି ସ୍ଥାନରେ ଏକ ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । କିନ୍ତୁ ଏହି ପୁରୁଣା ପ୍ରତିମୂର୍ତ୍ତି କୁ ଉପଯୁକ୍ତ ସ୍ଥାନ ରେ ନରଖି ବିଦ୍ୟାଳୟ କତୃପକ୍ଷ ଏକ ଅଳିଆ ସ୍ଥାନରେ ଫୋପାଡି ଦେଇଛନ୍ତି । କିଛି ଜ୍ଞାନି ଗୁଣି ବ୍ୟକ୍ତି ପ୍ରତିମୂର୍ତ୍ତିକୁ ଉପଯୁକ୍ତ ସ୍ଥାନ ରେ ରଖିବା ପାଇଁ ପ୍ରଧାନ ଶିକ୍ଷକ ଙ୍କୁ ଅବଗତ କରାଇଥିଲେ ମଧ୍ୟ ପ୍ରଧାନ ଶିକ୍ଷକ କାହା କଥାରେ କର୍ଣ୍ଣପାତ କରୁନାହାନ୍ତି । ପ୍ରତିମୂର୍ତ୍ତି କୁ ସମ୍ମାନ ଦେଇ ଉପଯୁକ୍ତ ସ୍ଥାନ ରଖିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ନୟାଗଡ଼ ରେ ବିଦ୍ୟାଳୟ ପ୍ରତିଷ୍ଠାତା ଙ୍କୁ ଅସମ୍ମାନ !!!

