ଅନୁଗୁଳ ( ଆୱାଜ ମିଡ଼ିଆ ) – ଚିନ୍ମୟୀ ଦାସ : ସବୁ ଭାରତୀୟଙ୍କ ବହୁ ପ୍ରତୀକ୍ଷୀତ ଦିନ . ଦେଶର ସବୁ ନାଗରିକଙ୍କ ସାମ୍ବିଧାନିକ ଅଧିକାର . ଆମ ସମ୍ମାନ ସ୍ୱାଭିମାନର ସ୍ଵାକ୍ଷର – ତ୍ରିରଙ୍ଗା . ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ଜନରାଜ୍ୟ ଦିବସ . ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଉଡିଲା ତ୍ରିରଙ୍ଗା . ଅନୁଗୁଳ ଜିଲ୍ଲା ସମ୍ପର୍କ କିନ୍ନର ସଙ୍ଘ ର ସଦସ୍ୟ ମାନେ ସାଧାରଣତନ୍ତ୍ର ଦିବସ ପାଳନ କରିବା ସହିତ ମା ବୁଢ଼ୀ ଠାକୁରାଣୀ ମନ୍ଦିର ପାଖରେ ଥିବା ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ଶୀତବସ୍ତ୍ର ପ୍ରଦାନ କରିଥିଲେ . ଆୟୋଜିତ କାର୍ଯ୍ୟକ୍ରମରେ ଚିନ୍ମୟୀ ଦାସ, ପ୍ରିୟା କିନ୍ନର, ଲିପି କିନ୍ନର, ଦେବଯାନୀ, ସୁଜି, ମୌସୁମୀ, ପିଣ୍ଟୁ, ଜ୍ୟୋତି, ଅଖି କିନ୍ନର ପ୍ରମୂଖ ଉପସ୍ଥିତ ଥିଲେ .