ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଦୁଇ ଦୁଇଟି ସନ୍ଦେହ ଜନକ ମୃତ୍ୟୁ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ବସଷ୍ଟାଣ୍ଡ ନିକଟରେ ବେକ ରେ ରଶି ଲଗାଇ ଝୁଲନ୍ତା ଅବସ୍ଥାରେ ବ୍ୟବସାୟଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଜୋର ଧରିଛି ଆଲୋଚନା । ବ୍ୟବସାୟୀ ଜଣ ଙ୍କ ହେଲେ ବିପିନ ବିହାରୀ ମଲ୍ଲ , ତାଙ୍କ ଘର ମାହାଙ୍ଗା ବ୍ଲକ ଉମର ପାମଚାୟତ ଓସ୍ତପୁର ଗ୍ରାମରେ । ସେ ନିଶ୍ଚିନ୍ତକୋଇଲି ବଜାରରେ ଜୟଶ୍ରୀ ଗାର୍ମେଣ୍ଟସ ନାମରେ ଗୋଟିଏ ଲୁଗା ଦୋକାନ କରୁଥିଲେ । ତାଙ୍କ ମୃତଦେହ ଦୋକାନ ର ତଳ ମହଲାରେ ଝୁଲୁଥିବା ସକାଳେ ଲୋକେ ଦେଖିଥିଲେ । ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ଓ ସାଣ୍ଟିଫିକ୍ ଟିମ୍ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ । ପାରିବାରିକ ସମସ୍ୟା କିମ୍ବା ବ୍ୟବସାୟିକ ଶତ୍ରୁତା ମୃତ୍ୟୁ ପଛର କାରଣ ବୋଲି ସନ୍ଦେହ କରାଯାଉଛି । ପୋଲିସ ଏ ସବୁ ଦିଗକୁ ସନ୍ଦେହ କରି ତଦନ୍ତ ଜାରି ରଖିଥିବା ଜଣା ପଡିଛି । ସେହିପରି ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତର ମୁକୁନ୍ଦପୁର ଗ୍ରାମ କେନାଲରୁ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ମୃତଦେହ କୁ ଉଦ୍ଧାର କରିଥିଲେ । ମୃତକ ବଡକ୍ଷୀର ପଞ୍ଚାୟତ ଗୋପପୁର ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି । ମୃତକ ଙ୍କର ବାତ ରୋଗ ଥିବାରୁ ବାତ ମାରିବା କାରଣରୁ କେନାଲରେ ପଡ଼ି ଯିବାରୁ ମୃତ୍ୟୁ ହୋଇଥାଇ ପାରେବୋଲି ସନ୍ଦେହ କରାଯାଉଛି । ନିଶ୍ଚିନ୍ତକୋଇଲି ପୋଲିସ ଶବ କୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାରେ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

Leave a Reply

Your email address will not be published. Required fields are marked *