ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ ଆଜାଦି କା ଅମୃତ କାର୍ଯ୍ୟକ୍ରମ ପାଳିତ । ଭାରତୀୟ ପ୍ରବାସୀ ପରିଷଦ ସଂଘ ଏକ ପୁରାତନ ସାମାଜିକ ଓ ସାଂସ୍କୃତିକ ସଂଗଠନ । ଏହି ସଙ୍ଗଠନ ଆନୁକୁଲ୍ୟରେ ଦେଶର ୭୬ ତମ ପବିତ୍ରତମ ସ୍ଵାଧୀନତା ଦିବସ ଅତି ଉତ୍ସାହ ସହକାରେ ପାଳନ ହୋଇଯାଇଛି । ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ, ଭାରତୀୟ ପ୍ରବାସୀ ପରିଷଦ ର ଅଧ୍ୟକ୍ଷ ବିନୋୟ ସେବାସ୍ତିୟାନ, ଭାରତିୟ ପ୍ରବାସୀ ପରିଷଦ ର ଏରିଆ ସଭାପତି ବିଶ୍ଵ ରଞ୍ଜନ ସାହୁ, କେନ୍ଦ୍ରୀୟ କମିଟି ର କର୍ମକର୍ତ୍ତା , ୨୪ ଟି ରାଜ୍ୟ ର ପ୍ରତିନିଧି ମାନେ ମୁଖ୍ୟ ଅତିଥି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସହିତ ଦୀପ ପ୍ରଜ୍ବଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୨୪ ଟି ରାଜ୍ୟ ର ପ୍ରତିନିଧି, ମହିଳା, ପରିବାର, ଯୁବକ, ସଙ୍ଗଠନ, କର୍ମକର୍ତ୍ତା, ବିଭିନ୍ନ କମ୍ପାନୀ ର ପ୍ରତିନିଧି ଙ୍କ ଉତ୍ସାହ ସହିତ ଦେଶାତ୍ମକ ଭକ୍ତି ସହିତ ଭାରତ ମାତା ର ପୂଜା, ବନ୍ଦେ ମାତରମ୍ ଭଳି ଦେଶାତ୍ମକ ସଙ୍ଗୀତ ସହିତ ତ୍ରିରଙ୍ଗା ଯାତ୍ରା କରି ଜାତୀୟ ଏକତା ଏବଂ ସଂହିତା ର ବାର୍ତ୍ତା ପ୍ରଦାନ କରିଥିଲେ । ସନ୍ଧ୍ୟା ରେ ବିଭିନ୍ନ ରାଜ୍ୟ ର ପ୍ରତିନିଧିତ୍ଵ ରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା | ଏରିଆ ସଭାପତି ବିଶ୍ବରଂଜନ ସାହୁ ଙ୍କ ଅଭିଭାଷଣରେ, ଯସ୍ଵଶୀ ପ୍ରଧାନ ମନ୍ତ୍ରୀ ଆଦରଣୀୟ ନରେନ୍ଦ୍ର ମୋଦି ଜି ଙ୍କର ଆହ୍ବାନ ରେ ଆଜି ସମଗ୍ର ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ପ୍ରତେକ ଭାରତୀୟ ନାଗରିକ ଭାବେ ଏହା ଆମ ସମସ୍ତ ଙ୍କ ପାଇଁ ଗର୍ବ, ଗୌରବ, ତ୍ୟାଗ ଦେଶ ପାଇଁ ମହାନ୍ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ ବଳିଦାନ ଏବଂ ନିଷ୍ଠାପରତ୍ଵ ସେବା ମନୋଭାବ ଓ ସେମାନଙ୍କର ଅହରହ ସଂଗ୍ରାମ ପାଇଁ ପ୍ରତ୍ୟେକ ଭାରତୀୟ ଏକତ୍ରିତ ହୋଇ କିଛି କରିବା ସଂକଳ୍ପ ନେବା ଉଚିତ୍ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଦେଶ ବିଦେଶ ରେ ଆଜାଦି କି ମହୋତ୍ସବ ପାଳନ ସହିତ, ଯସ୍ଵଶୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜି ଙ୍କର ଆହ୍ବାନ କ୍ରମେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆଜି ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ର ଆନୁକୁଲ୍ୟରେ ତଥା ସଭାପତି, ଏରିଆ ସଭାପତି, କେନ୍ଦ୍ରୀୟ କମିଟି ର କାର୍ଯ୍ୟନିର୍ବାହୀ କର୍ମକର୍ତ୍ତା, ୨୪ ଟି ରାଜ୍ୟ ର ସମସ୍ତ ପ୍ରତିନିଧି ଙ୍କ ସହଯୋଗରେ ଘରେ ଘରେ ତ୍ରିରଙ୍ଗା ଉଡ଼ିବା ସହ, ସମସ୍ତ ଉପସ୍ଥିତ ଭରତୀୟ ନାଗରିକ ଙ୍କୁ ଜାତୀୟ ପତାକା ବଣ୍ଟନ କରିଥିଲେ । ୭୫ ତମ ଆଜାଦି କି ମହୋତ୍ସବ କାର୍ଯ୍ୟକ୍ରମ ରେ, ସମସ୍ତ ରାଜ୍ଯ ର ପ୍ରତିନିଧି ଙ୍କ ବିଭିନ୍ନ ଦେଶାତ୍ମବୋଧକ ସଙ୍ଗୀତ ଓ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ ଦର୍ଶକ ଙ୍କୁ ଏହି ସଙ୍ଗୀତ କାର୍ଯ୍ୟକ୍ରମ ବହୁତ ଆନନ୍ଦ ମୁଖର ହୋଇଥିଲା । ସର୍ବଶେଷରେ ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ର କେନ୍ଦ୍ରୀୟ କମିଟି ତରଫରୁ, ଉପସ୍ଥିତ ଅତିଥି, ସମସ୍ତ ରାଜ୍ଯ ର ପ୍ରତିନିଧି, ଦର୍ଶକ ଏବଂ ସ୍ବେଛାସେବୀ ଙ୍କ ନିସ୍ବାର୍ଥପର ସେବା ନିମନ୍ତେ ଶୁଭେଚ୍ଛା ଓ ଧନ୍ୟବାଦ ପ୍ରଦାନ କରିଥିଲେ ।
ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ ଆଜାଦି କା ଅମୃତ କାର୍ଯ୍ୟକ୍ରମ ପାଳିତ !!!

