ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା କୃଷି କାର୍ଯ୍ୟାଳୟ ଠାରେ ପାରା ସଂପ୍ରସାରଣ କର୍ମଚାରୀ ମାନଙ୍କର ସଚେତନତା ଓ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କାଶୀ ନଗର ବ୍ଳକ, ରାୟଗଡ ବ୍ଳକ, ଗୋଶାଣି ବ୍ଳକ ଓ ଗୁମ୍ମା ବ୍ଳକ ର ସମସ୍ତ କୃଷକ ସାଥି , VLW, ଓଭରସିୟର, ଉଦ୍ୟାନ କୃଷି ସଂପ୍ରସାରଣ, ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ ଟେକ୍ନିସିୟାନ ଏବଂ ସମସ୍ତ ସହକାରୀ କୃଷି ଅଧିକାରୀଙ୍କ ସମେତ କେ.ଭି.କେ ର ମୁଖ୍ୟ ସଂଗ୍ରାମ କେଶରୀ ପରମଗୁରୁ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାଶ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ କୁମାର ପଟ୍ଟନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ବେହେରା, ଜିଲ୍ଲା କୃଷି ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସିଂ ,ଜିଲ୍ଲା କୃଷି ଅଧିକାରୀ ଇରେନିୟସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶୁଭଶ୍ରୀ ପ୍ରିୟଦର୍ଶୀନୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରଙ୍କ ର କୃଷି, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ ବିଭାଗର ବିଭିନ୍ନ ଯୋଜନା ଉପରେ ସଚେତନ କରାଇବା ।ପ୍ରଶିକ୍ଷିତ ବ୍ୟକ୍ତି ମାନେ ତୃଣ ମୂଳ ସ୍ତରକୁ ଯାଇ ଚାଷୀଙ୍କୁ ସରକାରଙ୍କ ଯୋଜନା ଉପରେ ସଚେତନତା କରାଇବେ । ଚାଷି କିପରି ସରକାରଙ୍କ ଯୋଜନା ରେ ଉପକୃତ ହେବେ ତା ଉପରେ ଏକ ଦିନିକିଆ ତାଲିମ ପ୍ରଦାନ କରାଯାଇଛି ।
ପାରା ସଂପ୍ରସାରଣ କର୍ମଚାରୀ ମାନଙ୍କର ସଚେତନତା ଓ ଦକ୍ଷତା ବୃଦ୍ଧି ତାଲିମ ଶିବିର !!!

