ମାଲକାନଗିରି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଟଙ୍କା ଲୋଭ ଆଗରେ ପର ହୋଇଗଲା ପତ୍ନୀ l ବିବାହର ୧୨ ବର୍ଷ ପରେ ପତ୍ନୀର ବିଶ୍ୱାସରେ ବିଷ ମିଶାଇଲା ସ୍ୱାମୀ । ସାମାନ୍ୟ ଟଙ୍କା ପାଇଁ ପତ୍ନୀର ଅଗୋଚରରେ ତା’ କିଡନୀ ବିକ୍ରି କରିଦେଲା ସ୍ୱାମୀ । ମାଲକାନଗିରି ଟାଉନ ଥାନା କୋତାମେଟା ଗାଁରେ ଏପରି ଅଭାବନୀୟ ଘଟଣା ଘଟିଥିବା ବେଳେ ଅସହାୟ ମହିଳା ଜଣକ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି l