ବାଲୁଗାଁ ସରନଇ ଓଭରବ୍ରିଜ ତଳୁ ବାଇକ ସହ ଯୁବକଙ୍କ ମୃତଦେହ ଉଦ୍ଧାର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ସରନଇ ଓଭରବ୍ରିଜ ତଳୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଆଜି ସନ୍ଧ୍ୟାରେ ସ୍ଥାନୀୟ କିଛି ଯୁବକ ସରନଇ ଓଭରବ୍ରିଜ ତଳେ ବାଇକ ସହ ଜଣେ ଯୁବକ ପଡିଥିବା ଦେଖି ବାଲୁଗାଁ ଏସଡିପିଓଙ୍କୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ପହଞ୍ଚି ବାଇକ ଜବତ କରିବା ସହ ମୃତଦେହକୁ ଉଦ୍ଧାର କରିଥିଲେ । ମୃତକ ଜଣକ ବାଣପୁର ଥାନା ପଦନପୁର ଗ୍ରାମର କୁଳମଣି ଜେନାଙ୍କ ସାନ ପୁଅ ରଞ୍ଜିତ ଲେଙ୍କା (୨୭ ବର୍ଷ) ବୋଲି ଜଣାପଡିଛି । ସେ ବାଲୁଗାଁରେ ଏକ ବିଅର ବାରରେ କାର୍ଯ୍ୟ କରୁଥିବା ପ୍ରାଥମିକ ସୂଚନା ମିଳିଛି । ହେଲେ ରଞ୍ଜିତଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଶ୍ରୀ ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *