କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ସହର ଗାନ୍ଧୀ ଭବନ ଠାରେ ଆଜି ଜିଲ୍ଲାସ୍ତରୀୟ ଦେଶାତ୍ମବୋଧକ କବିତା ପାଠୋତ୍ସବ , ସମ୍ବର୍ଦ୍ଧନା ଏବଂ ଆଲୋଚନା ଚକ୍ର କୈବଲ୍ୟ ସାହିତ୍ୟ ସଂସଦ ଏବଂ ସର୍ବୋଦୟ ମଣ୍ଡଳ, କଟକ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ଅଧିବେଶନରେ ଆଜିର ଆହ୍ଵାନ ଏବଂ ସର୍ବୋଦୟ ଶୀର୍ଷକ ଆଲୋଚନା କରାଯାଇଥିଲା । ଦ୍ଵିତୀୟ ଅଧିବେଶନରେ କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ଆଧୁନିକ ସାହିତ୍ୟରେ ଆଧ୍ୟାତ୍ମିକତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ମାନ୍ୟବର ପୂର୍ବତନ ବିଚାରପତି ଅନନ୍ତ ସୂର୍ଯ୍ୟନାରାୟଣ ନାଇଡୁ ମୁଖ୍ୟ ଅତିଥି ଭାବେ ମାନବୀୟ ମୂଲ୍ୟବୋଧ ଉପରେ ବିଶେଷ ଆଲୋଚନା କରି ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ । ଡଃ ଜୟନ୍ତୀ ମଞ୍ଜରୀ ରଥ ସର୍ବୋଦୟ ଉପରେ ବିଶଦ ଭାବେ ଆଲୋଚନା କରିଥିଲେ । ଡଃ ପ୍ରତିଭା ମହାରଥୀ ମୁଖ୍ୟ ବକ୍ତା ଭାବେ ସାହିତ୍ୟ ଯୁଗେ ଯୁଗେ ଆଧ୍ୟାତ୍ମିକତାର ପ୍ରତିଫଳନ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଥମ ଅଧିବେଶନରେ ବକ୍ତା ମିହିର ପ୍ରତାପ ଦାସ , ବକ୍ତା ଜ୍ଞାନ ରଞ୍ଜନ ଦାସ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଦ୍ଵିତୀୟ ଅଧିବେଶନରେ ଡଃ ଅଭୟ କୁମାର ନାୟକ , ପଣ୍ଡିତ ନୀଳକଣ୍ଠ ରାଉତ ସାହିତ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପାଠକ ମାନଙ୍କର ସହଯୋଗ କାମନା କରିଥିଲେ । ସର୍ବୋଦୟ ମଣ୍ଡଳ ର ସଭାପତି ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ଏବଂ କୈବଲ୍ୟ ସାହିତ୍ୟ ସଂସଦ ର ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ପ୍ରଥମ ଅଧିବେଶନ ଏବଂ ଦ୍ଵିତୀୟ ଅଧିବେଶନରେ ମଞ୍ଚ ପରିଚାଳନା କରିଥିଲେ । ଏହି ଦେଶାତ୍ମବୋଧକ କବିତା ପାଠୋତ୍ସବ ସତୁରୀ ଜଣ ନିମନ୍ତ୍ରିତ କବି କବିତା ପାଠ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଡଃ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଙ୍କୁ କୈବଲ୍ୟ ସମ୍ମାନ 2022 ପ୍ରଦାନ କରାଯାଇଥିଲା । ଶ୍ରୀମତୀ ଅରୁଣା ସାମନ୍ତରାୟ ଙ୍କୁ ଶିଶୁ ସାହିତ୍ୟିକା ସମ୍ମାନ ୨୦୨୨, ଡଃ ସୁରେଖା ସୁନ୍ଦରୀ ସ୍ୱାଇଁ ଙ୍କୁ କୈବଲ୍ୟ ଶିକ୍ଷା ଜ୍ୟୋତି , ଶ୍ରୀମତୀ ଗୀତାଞ୍ଜଳି ପୃଷ୍ଟିଙ୍କୁ କୈବଲ୍ୟ ଶିଶୁ କବି ଓ କବିତା ସମ୍ମାନ ପ୍ରଦାନ କରାଯାଇଥିଲା , ସୁକୁମାର ସାମଲ ଙ୍କୁ କୈବଲ୍ୟ ଆଦର୍ଶ ସଂଗଠକ ସମ୍ମାନ ପ୍ରଦାନ କରାଯାଇଥିଲା । ଅନ୍ୟ ପ୍ରତିଭା ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପନ୍ଦର ଜଣ ଉପଦେଷ୍ଟା ଙ୍କୁ କୈବଲ୍ୟ ସାହିତ୍ୟ ସଂସଦ ସମ୍ମାନୀତ କରିଥିଲେ । ଛବିରାଣୀ ପତି ଏବଂ ଜୟଲକ୍ଷ୍ମୀ ସେଠୀ କବିତା ସଂଯୋଜନା ଅତି ସୁନ୍ଦର ଭାବରେ କରିଥିଲେ । ଚନ୍ଦନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଜିଲ୍ଲାସ୍ତରୀୟ ଦେଶାତ୍ମବୋଧକ କବିତା ପାଠ, ସମ୍ବର୍ଦ୍ଧନା ଏବଂ ଆଲୋଚନା ଚକ୍ର !!!

