ବାଲିଗୁଡା ରେ “ରାଧାପ୍ରେମ ଲୀଳା” ନାଟକ ମଞ୍ଚସ୍ଥ ପାଇଁ ଜୋରସୋରରେ ଚାଲିଛି ଆଖଡ଼ା ପ୍ରସ୍ତୁତି !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଲୋକ ନାଟକ ପାଇଁ ଜୋରସୋର ରେ ଚାଲିଛି ଆଖଡ଼ା l ବର୍ତ୍ତମାନ ଆଧୁନିକ ଯୁଗ ସ୍ପର୍ଶ କରୁଥିବା ବେଳେ ଧୀରେ ଧୀରେ ପୁରାତନ ସଂସ୍କୃତି ପରମ୍ପରା ବିଲୁପ୍ତ ହେବାକୁ ଯାଉଛି, ଏହି ସମୟରେ ବିଲୁପ୍ତ ପ୍ରାୟ ପ୍ରସିଦ୍ଧ ଲୋକ ନାଟକ ଗୁଡିକ ମଧ୍ୟରେ ରାଧାପ୍ରେମ ଲୀଳା ର ବିଲୋପ ଘଟିବାକୁ ଯାଉଥିବା ବେଳେ କନ୍ଧମାଳ ର ମାଆ ପାଟଖଣ୍ଡା ଲୋକ ନାଟକ ସଂଘ ବାଲିଗୁଡା ତରଫରୁ କଳା ସଂସ୍କୃତି କୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି l ଅନୁଷ୍ଠାନ ର ଶିଶୁ କଳାକାର ମାନଙ୍କୁ ନେଇ କନ୍ଧମାଳ ରେ ପ୍ରଥମ ଥର ପାଇଁ ଏହି ସଂଘ ତରଫରୁ ନାଟକ ମଞ୍ଚସ୍ଥ ପାଇଁ ପ୍ରକ୍ରିୟା ଚାଲିଥିବାରୁ ବାଲିଗୁଡା ବାସୀ ଖୁସି ପ୍ରକଟ କରିଛନ୍ତି l ଅନୁଷ୍ଠାନ ର ସଭାପତି ଲଳିତ ପାତ୍ର, ଅଧିକାରୀ ପ୍ରମୋଦ କୁମାର ଦଣ୍ଡସେନା, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, କୋଷାଧକ୍ଷ ସଚ୍ଚିଦାନନ୍ଦ ପାତ୍ର, ଯୁଧିଷ୍ଠିର ପାତ୍ର ପୁରସ୍ତମ ପାତ୍ର, ପୁରସ୍ତମ ନାୟକ, ବିଜୟ ଅମାୟତ ଙ୍କ ନେତୃତ୍ୱ ରେ ବାଲିଗୁଡା ନୂଆସାହି ଗ୍ରାମବାସୀ ଙ୍କ ସହଯୋଗ ରେ ଆଗାମୀ ଦୁର୍ଗାପୂଜା ରେ ନାଟକ ମଞ୍ଚସ୍ଥ ର ଶୁଭାରମ୍ଭ ହେବାକୁ ମଧ୍ୟ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ଗଞ୍ଜାମ ଜିଲ୍ଲା ପୋଡାମାରି ଅଂଚଳର ଅଭିମନ୍ୟୁ ବେହେରା ଏହି ନାଟକ ର ସମ୍ପୂର୍ଣ୍ଣ ନିର୍ଦେଶନା ଦାୟିତ୍ୱ ନେଇଥିବା ଜଣାପଡିଛି l

Leave a Reply

Your email address will not be published. Required fields are marked *