ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀ ନଗର ବ୍ଳକ ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତର ପୁରୁଟିଗୁଡା ଗ୍ରାମ ଠାରେ ଗଡସ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ନାବାର୍ଡ ଭୁବନେଶ୍ୱର ସହାୟତାରେ ଗ୍ରାମର 15 ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀ ମାନଙ୍କୁ ସେମାନଙ୍କ ଦଳକୁ ସୁଦୃଢ କରିବା ପାଇଁ ଏକ ଦକ୍ଷତା ବୃଦ୍ଧି ଶିବିର ଆୟୋଜନ କରାଯାଇଥିଲା । ଉକ୍ତ ଶିବିରରେ ଦଳକୁ ସୁଦୃଢ କରିବା ପାଇଁ ଦଶ ସୂତ୍ରୀ କାର୍ଯ୍ୟକ୍ରମ ଦଳର ରେକର୍ଡ କିଭଳି ଲେଖିବା, ସରକାରଙ୍କର ବିଭିନ୍ନ ପ୍ରକାର ସାମାଜିକ ସଶକ୍ତିକରଣ ଯୋଜନାରେ ସଂପୃକ୍ତି କରଣ କୃଷି ବିଭାଗ ସହାୟତାରେ ଦଳ ଗତ ଭାବରେ କୃଷି ଓ ଉଦ୍ୟାନ ଉଦ୍ୟୋଗି କିପରି ହେବେ। RSETI ମାଧ୍ୟମରେ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର ତାଲିମ ନେଇ କିପରି ସେମାନେ ସ୍ୱାବଲମ୍ବୀ ହେବେ ଆର୍ଥିକ ସ୍ବାକ୍ଷରତା, ବିଭିନ୍ନ ପ୍ରକାର ବୀମା ଯୋଜନା ଓ ବ୍ୟାଙ୍କ ତରଫରୁ ଦଳ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ବୁଝା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ LDM ମହେଶ୍ବର ମଣ୍ଡଳ, ନାବାର୍ଡ ADM ପ୍ରତୀକ ପଣ୍ଡା, ଖାଣ୍ଡାବା UGB BM ଦୁର୍ଯ୍ୟୋଧନ ପଟେଲ, ଖାଣ୍ଡାବା ଗ୍ରାମ ପଞ୍ଚାୟତର ନାଏ ବ ସରପଞ୍ଚ ଆର. ସତୀଶ, କୃଷି ବିଭାଗର ଡି. ସୁରେନ୍ଦ୍ର ରାଓ, RSETI ର ଦିଲିପ ତନ୍ତୀ , ଆର୍ଥିକ ସ୍ବାକ୍ଷରତା ପରାମର୍ଶ ଦାତା ଶରତ ପଟ୍ଟନାୟକ, ତାଲିମ ଦାତ୍ରୀ ବିଷ୍ଣୁପ୍ରିୟା ମହାନ୍ତ ଓ ଖାଣ୍ଡାବା ଗ୍ରାମର OLM କାର୍ଯ୍ୟକର୍ତ୍ତା ଯୋଗ ଦେଇ ନେତ୍ରୀ ମାନଙ୍କୁ ଉପରୋକ୍ତ ବିଷୟରେ ବୁଝାଇଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଗଡସ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।