ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ ମଲ୍ଲୀପଦର ଗ୍ରାମରେ ଗୁରୁବାର ଦିନ ସନ୍ଧ୍ୟାରେ ଆମ ଗାଁ ମହୋତ୍ସବ ଉଦଘାଟିତ ହୋଇଯାଇଛି । ମହୋତ୍ସବ କମିଟିର ସଭାପତି ବିଦ୍ୟାଧର ମହାରଣାଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଭ୍ୟ ଅନାଦି ସାହୁ ମୁଖ୍ୟବକ୍ତା, ସ୍ଥାନୀୟ ପୂର୍ବତନ ସମିତି ସଭ୍ୟ ସୁବାସ ଚନ୍ଦ୍ର ମହାନ୍ତି, ସମାଜସେବୀ ଶିଵ ନାରାୟଣ ମିଶ୍ର, ମନୋଜ କୁମାର ପ୍ରଧାନ, ମାନସ ରଞ୍ଜନ ଦାଶ, ଯାତ୍ରା ପ୍ରଯୋଜକ ସୁଧାଂଶୁ ଶେଖର ରାଉତ, ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା, ସମ୍ପାଦକ ଶିଶିର କୁମାର ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହୋତ୍ସବ ଏକତା ସୂତ୍ରରେ ବାନ୍ଧି ରଖିଥାଏ ବୋଲି ମତ ଦେଇଥିଲେ । କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ପଣ୍ଡା ଓ ଶିକ୍ଷକ ଶ୍ରୀକାନ୍ତ କୁମାର ନାୟକଙ୍କ ଯୁଗ୍ମ ସଂଯୋଜନା କରିଥିବା ବେଳେ ଉପଦେଷ୍ଟା ରାଜ କିଶୋର ପାଣିଗ୍ରାହୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଓଡିଶା ସଂସ୍କୃତି ବିଭାଗ ଓ କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।
ଆମ ଗାଁ ମହୋତ୍ସବ ଉଦଘାଟିତ !!!

