କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଯୋଜନା କମ୍ ନାହିଁ । ସରକାରୀ ସ୍ତରରେ ପିଲା ମାନଙ୍କୁ ଖାଦ୍ୟ ଯୋଗାଣ କରି ଶିକ୍ଷା ପାଇଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଜରିଆରେ ସ୍କୁଲ କୁ ଆକୃଷ୍ଟ କରିବା ଯୋଜନା ଫେଲ ମାରିଛି ଆଠଗଡ଼ ଶିକ୍ଷା ବିଭାଗ ରେ । ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ହେଲେ ପିଲା ପାଠ ପଢିବେ । ଏଭଳି କିଛି ସଙ୍ଗୀନ ଘଟଣା ସାମନାକୁ ଆସିଛି ଆଠଗଡ଼ ସର୍ପେଶ୍ଵର ନୋଡାଲ ପ୍ରାଥମିକ ବିଦ୍ୟାଳୟ ରେ । ସ୍କୁଲରେ ପିଲା ଅଛନ୍ତି ୨୨୬ । ଆଠଟି ଶ୍ରେଣୀ ପାଇଁ ଶିକ୍ଷକ ମାତ୍ର ଚାରି ଜଣ । ପଢ଼ାଇବା ପାଇଁ ଅସୁବିଧା ସୃଷ୍ଟି ହେବା ପରେ ଗୁହାରି କଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି । ତେଣୁ ପିଲାଙ୍କ ପେଟରୁ କାଟି ପାଠପଢ଼ା କୁ ଗୁରୁତ୍ବ ଦେବାକୁ ଯାଇ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ବିକ୍ରି କରି ସେହି ଗ୍ରାମର ଜଣେ ମେଧାବୀ ଛାତ୍ର ଙ୍କୁ ନିଯୁକ୍ତି ଦିଆଯାଇଛି ପାଠ ପଢ଼ାଇବା ପାଇଁ । ଆଜି ସକାଳେ ସ୍କୁଲରୁ ଏକ ଟିଭିଏସ ଏକ୍ସେଲ ଗାଡ଼ିରେ ୫ ଟି ଚାଉଳ ବସ୍ତା ଜଣେ ବେପାରୀ ନେଇକି ଯାଉଥିବା ବେଳେ ସେହି ଅଞ୍ଚଳର କିଛି ସଚେତନ ନାଗରିକ ତାହାର ଫଟୋ ଉଠାଇ ଆମ ପାଖକୁ ପଠାଇଥିଲେ । ତେବେ ଏ ସମ୍ପର୍କରେ ଆମେ ସ୍କୁଲର ପ୍ରଧାନ ଶିକ୍ଷକ ଅଜୟ କୁମାର ମହାନ୍ତି ଓ ସ୍କୁଲ ପରିଚାଳନା କମିଟି ର ସଭାପତି ବଟ କିଶୋର ସାହୁଙ୍କୁ ପଚାରିବାରୁ ପରିଚାଳନା କମିଟିର ସହମତି ରେ ପାଠ ପଢାକୁ ଗୁରୁତ୍ବ ଦେବାକୁ ଯାଇ ଏଭଳି ପଦକ୍ଷେପ ନିଆ ଯାଇଥିବା ପରିଚାଳନା କମିଟି ସଭାପତି ପ୍ରକାଶ କରିଛନ୍ତି । ଅନ୍ୟପଟେ ଫଟୋ ଉଠାଇ ଆମ ପାଖକୁ ଛାଡ଼ିଥିବା କିଛି ସଚେତନ ନାଗରିକ ଙ୍କୁ କଟକିଆ ସାହି ପଞ୍ଚାୟତ ର ସରପଞ୍ଚଙ୍କ ସ୍ବାମୀ ପ୍ରଫୁଲ୍ଲ ରାଉତ ଧମକ ଚମକ ଦେଉଥିବା ଉକ୍ତ ଯୁବକ ମାନେ ଅଭିଯୋଗ ଆଣିଛନ୍ତି । ଗୁଣାତ୍ମକ ଶିକ୍ଷା ପାଇଁ ଅନେକ ଯୋଜନା କରାଯାଇ ସ୍କୁଲର ରୂପରେଖ ବଦଳା ଯାଉଛି , ହେଲେ ଶିକ୍ଷକ ନଥିବାରୁ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ ମାନେ । ଅନ୍ୟପଟେ ଆଠଗଡର ବିଧାୟକ ଆଠଗଡକୁ କୁଆଡେ ଶିକ୍ଷା କ୍ଷେତ୍ରରେ ଏକ ନମ୍ବର କରିବେ ବୋଲି କହୁଥିଲେ , ଏ ହେଉଛି ତାର ଏକ ନଗ୍ନ ନମୁନା । ତେବେ ଉକ୍ତ ସ୍କୁଲର ପ୍ରଧାନଶିକ୍ଷକ ଓ ପରିଚାଳନା କମିଟିର ସଭାପତି ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରୀ କରୁଥିବା ର ଠୋସ ପ୍ରମାଣ ମିଳିଥିବା ବେଳେ ଶିକ୍ଷା ବିଭାଗ ପ୍ରଧାନଶିକ୍ଷକ ଙ୍କ ଉପରେ କି କାର୍ଯାନୁଷ୍ଠାନ ନେଉଛନ୍ତି ତାକୁ ଦେଖିବାକୁ ବାକି ରହିଲା !