କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ଗୁଟିଙ୍ଗିଆ ପଞ୍ଚାୟତ ମଲିକ ପଡ଼ି ଗ୍ରାମରେ ଘଟିଛି ଅଘଟଣ । ମଲିକ ପଡ଼ି ଗ୍ରାମକୁ ଟିକାବାଲି ଥାନା ବାଲିଗାଡା ଗ୍ରାମର ମଦନ ମୋହନ ପ୍ରଧାନଙ୍କ ଦୁଇ ପୁଅ ମିହିର କାନ୍ତ ପ୍ରଧାନ (୧୫) ଓ ସାନ ଭାଇ କାମାକ୍ଷା ପ୍ରଧାନ (୧୩) ଅଜାଙ୍କ ଘରକୁ ବୁଲି ଆସିଥିଲେ । ହେଲେ ବନ୍ଧକୁ ସାଙ୍ଗ ସାଥି ହୋଇ ଗାଧୋଇବା ପାଇଁ ଯାଇଥିଲେ। ଅଧିକ ପାଣି ଥିବା ଯୋଗୁଁ ବୁଡ଼ି ଯାଇଥିଲେ । ସଙ୍ଗେ ସଙ୍ଗେ ଏହି ଅଘଟଣ ପରିବାର ଓ ମାମୁଁମାନେ ଜାଣିବା ପରେ ଗ୍ରାମ ଲୋକଙ୍କ ସାହାଯ୍ୟରେ ଦୁଇ ଭାଇଙ୍କୁ ଉଦ୍ଧାର କରି ଗୁଟିଙ୍ଗିଆ ମେଡ଼ିକାଲକୁ ନେଇ ଥିଲେ କିନ୍ତୁ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ସାରଙ୍ଗଗଡ ଥାନାର ସେକେଣ୍ଡ ଅଫିସର କୃଷ୍ଣ ଚନ୍ଦ୍ର ଗୌଡ଼ ତଦନ୍ତ ଭାର ଗ୍ରହଣ କରିଥିବା ବେଳେ ଏକ ଅପମୃତ୍ୟୁ ମାମଲା ୧ / ୨୧ ଋଜୁ କରାଯାଇଛି । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଦୁଇ ଭାଇଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ଅନିତା କିଡୋ ସୂଚନା ଦେଇଛନ୍ତି ।