ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ ନାୟକ : ବାଙ୍କୀ ରେ ପାଳିତ ହୋଇଯାଇଛି ବିଶ୍ୱ ପରିବେଶ ଦିବସ . କାର୍ଯ୍ୟକ୍ରମ ଅବସରରେ ସାମାଜିକ କର୍ମୀ ମାନେ ପରିବେଶ ସୁରକ୍ଷା ଏବଂ ବୃକ୍ଷ ରୋପଣ ପାଇଁ ସାମୁହିକ ଶପଥ ପାଠ କରିଥିଲେ . ବାଙ୍କୀ ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ଆଦର୍ଶ ଯୁବ ପରିଷଦ , ଢସଁର ସବୁଜ ବାହିନୀ ଏବଂ ଅଂଶୁପା ବିକାଶ ପରିଷଦର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା . ଏନଏସି ଅନ୍ତର୍ଗତ ଚକାପଦା ଭୂତନାଥ ଦେବ ମନ୍ଦିର ପରିସରରେ ଆଦର୍ଶ ଯୁବ ପରିଷଦ ପକ୍ଷରୁ ବଟ, ଅଶ୍ୱସ୍ଥ ଓ ନିମ୍ବ ଆଦି ବୃକ୍ଷ ରୋପଣ କରାଯାଇଥିଲା . ସମାଜସେବୀ କେଶବ ବେହେରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ସମୟରେ ଆଧ୍ୟାତ୍ମିକ ଗୁରୁ ବୁଲୁ ବାବା ଆଗାମୀ ବନ ମହୋତ୍ସବ ସପ୍ତାହ ଅବସରରେ ସମସ୍ତେ ପାଞ୍ଚ ଗୋଟି ଗଛ ଲଗାଇବା ପାଇଁ ଶପଥ ପାଠ କରାଇଥିଲେ .
ପରିଷଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ନିରଞ୍ଜନ ପଣ୍ଡା , ସମ୍ପାଦକ ଦେବଦତ୍ତ ରାଉତ , ଓଡିଶା ଜୀବିକା ମିଶନ ର ଅଧିକାରୀ ଅକ୍ଷୟ କୁମାର ଭଟ୍ଟ , କବି ବଂଶୀଧର ମହାପାତ୍ର , ଲଲାଟେନ୍ଦୁ ପଣ୍ଡା , ମନୋଜ କୁମାର ରାଉତ ଏବଂ ପ୍ରଦୀପ କୁମାର ଜେନା ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ .