ନଳକୁପ ଅଚଳ : ଶୁଣୁନାହାନ୍ତି ଅଧିକାରୀ !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କୁଲେଇ ପଞ୍ଚାୟତ ଅନ୍ତର୍ଗତ ତୁମୁଗୋଳା ଗ୍ରାମର ନଳକୂପଟି ଆଜକୁ ପ୍ରାୟ ୧୦ ଦିନ ହେବ ଖରାପ ହୋଇ ପଡ଼ିଛି । ଏହି ନଳକୂପଟି ୧୧ ନଂ ଓ୍ବାର୍ଡ ରେ ଅବସ୍ଥିତ । ଗ୍ରାମର କିଛି ବ୍ୟକ୍ତି ସରକାରଙ୍କ ଟୋଲ୍ ଫ୍ରି ନମ୍ବରରେ ଅଭିଯୋଗ କଲାପରେ ମଧ୍ୟ ନିୟୋଜିତ ଅଧିକାରୀ ମାନେ ଏହାକୁ କର୍ଣ୍ଣପାତ କରୁନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମରେ ନିର୍ବାଚିତ ପ୍ରତିନିଧି ଅଛନ୍ତି, ପଞ୍ଚାୟତରେ ଏସ୍ଇଏମ୍ ଅଛନ୍ତି, କିନ୍ତୁ ଲୋକମାନେ ପାଣି ପାଇବାରୁ ବଞ୍ଚିତ । ପୁଣି କେଉଁଠି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ଲୋକମାନେ ପାଣି ପାଇ ସାରିଲେଣି, କିନ୍ତୁ ଠିକାଦାରଙ୍କୁ ବିଲ୍ ମିଳିବାରେ ଅଧିକାରୀ ମାନେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ପାଳଲହଡା ବିଧାନସଭା ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ଶାସକ ଦଳର ନିର୍ବାଚିତ ପ୍ରତିନିଧି ଓ କର୍ମୀମାନେ ଅଛନ୍ତି, କିନ୍ତୁ ଅଧିକାରୀ ମାନେ କର୍ଣ୍ଣପାତ କରୁନଥିବା କଥା ଗ୍ରାମବାସୀଙ୍କ ମୁହଁରୁ ଶୁଣିବାକୁ ମିଳୁଛି ।

 

Leave a Reply

Your email address will not be published. Required fields are marked *