ବିଜୁ ଶ୍ରମିକ ସାମୁଖ୍ୟ ତରଫରୁ ନୟାଗଡ଼ ମେଡିକାଲ କର୍ମଚାରୀ ସଂଘ ର ବୈଠକ ଅନୁଷ୍ଠିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିଜୁ ଶ୍ରମିକ ସାମୁଖ୍ୟ ତରଫରୁ ନୟାଗଡ଼ ମେଡିକାଲ କର୍ମଚାରୀ ସଂଘ ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ଶ୍ରମିକ ସାମୁଖ୍ୟ ର ସଭାପତି ଶ୍ରୀକାନ୍ତ ପଟ୍ଟନାୟକ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ମ୍ୟୁନିସିପାଲଟି ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ଶ୍ରୀକାନ୍ତ ଖଟେଇ ପ୍ରମୁଖ ଯୋଗଦେଇ କର୍ମଚାରୀ ମାନେ ଏକତ୍ରିତ ହୋଇ ରହିବା ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ବୈଠକ ପରେ କର୍ମଚାରୀ ମାନେ ନୟାଗଡ଼ ମେଡିକାଲ କର୍ମଚାରୀ ସଂଘ ନାମରେ ଏକ ସଂଘ ଗଠନ କରିଥିଲେ । ଏହି ସଂଘ ର ସଭାପତି ଭାବେ ଶ୍ରୀକାନ୍ତ ପଟ୍ଟନାୟକ, ଉପ ସଭାପତି ମିଟୁ ଦଳେଇ, କାର୍ଯକାରୀ ସଭାପତି ତଥାଗତ ଦାସ, ସମ୍ପାଦକ ପ୍ରଭାତ କୁମାର ସାହୁ, ଯୁଗ୍ମ ସମ୍ପାଦକ ସୁମିତ୍ରା ଭଞ୍ଜ, କୋଷାଧ୍ୟକ୍ଷ କପିଳ ପ୍ରଧାନ, ସଭ୍ୟ ଭାବେ ପ୍ରଣତ କୁମାର ସାହୁ, ପ୍ରଶାନ୍ତ କୁମାର ମହାନ୍ତି, କେଶବ ଚନ୍ଦ୍ର ନାୟକ, ଗୋଲଖ ବିହାରୀ ସେଠୀ , ମମତା ମାହାର, ଗଜେନ୍ଦ୍ର ଦଳେଇ, ପ୍ରଶାନ୍ତ କୁମାର ପ୍ରଧାନ, ଜ୍ୟୋତି ମାଝୀ, ଅନିଲ କୁମାର ସ୍ବାଇଁ, ଚନ୍ଦନ ଦଳେଇ, ମନମୋହନ ମିଶ୍ର, ଆଦିତ୍ୟ କୁମାର ସାଥୁଆ, ସୋମ୍ୟରଞ୍ଜନ ସାହୁ ମନୋନୀତ ହୋଇଥିବା ବେଳେ ଗୁରୁପ୍ରସାଦ ଜେନା ଏବଂ ଶ୍ରୀକାନ୍ତ ଖଟେଇ ଉପଦେଷ୍ଟା ଭାବରେ ଅଛନ୍ତି ।

Leave a Reply

Your email address will not be published. Required fields are marked *