କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ 85 ତମ ଜୟନ୍ତୀ ଅବସରରେ ଡେରାବିଶ୍ ବ୍ଲକ ଅନ୍ତର୍ଗତ ଛତା ଛକ ଜେକେ ସେଲିବ୍ରେସନ ମଣ୍ଡପରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଧର୍ମପତ୍ନୀ ତଥା ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ସମେତ ବିଜୁଜନତା ଦଳର ବ୍ଲକ ସଭାପତି ଦେବାଶିଷ ଆଚାର୍ଯ୍ୟ, ଗରଦପୁର ବ୍ଲକ ସଭାପତି ଶଶାଙ୍କ ପରିଡା ,ଦଳର ବରିଷ୍ଠ ନେତା ପ୍ରମୋଦ ରଥ ସ୍ଥାନୀୟ ସରପଞ୍ଚ ଓ ଦଳର ବହୁ କର୍ମୀମାନେ ଯୋଗଦାନ କରିଥିଲେ । ଏହି ଶିବିରରେ ୨ଶହ ୟୁନିଟ ରୁ ଅଧିକ ରକ୍ତ ସଂଗ୍ରହ କରାଯାଇଛି ।