କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବନ୍ୟା ଭଳି ଘଡିସନ୍ଧି ମୁହୂର୍ତ୍ତରେ ଗଣେଶ ଚତୁର୍ଥୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଡ଼ମ୍ବରରେ ପୂଜା ପାଳନ ନକରି, ନିରାଡମ୍ବର ଗଣେଶ ପୂଜା ପାଳନ କଲେ ସିଡିଏ ସେକ୍ଟର – ୮ ର ନିବାସୀ ମାନେ । ସିଡିଏ ଅଞ୍ଚଳର ସର୍ବ ପୁରାତନ ସଙ୍ଗଠନ ତଥା ଗଣେଶ ପୂଜାକୁ ଆଡ଼ମ୍ବର ସହିତ ପାଳନ କରି ଭାଇଚାରାର ଏକ ନିଆରା ଦୃଷ୍ଟାନ୍ତ ସୃଷ୍ଠି କରୁଥିବା ଅନୁଷ୍ଠାନ, ବନ୍ୟା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପୂଜାକୁ ଆଡମ୍ବରରେ ନକରି, ସ୍ଥାନୀୟ ଅଧିବାସୀ ଓ ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରି ମାନବିକତାର ପରିଚୟ ଦେଇଛନ୍ତି ।
ୟୁଥ୍ ଆସୋସିଏସନ ତରଫରୁ ଗଣେଶ ଚତୁର୍ଥୀ ପୂଜା ପାଳିତ !!!

