ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ମେଗା ସ୍ୱାସ୍ଥ୍ୟ ଶିବିରକୁ ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଶୁଭ ଉଦଘାଟନ କରିଥିଲେ । ମେଗା ସ୍ୱାସ୍ଥ୍ୟ ଶିବିରରେ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ମାନେ ସ୍ୱାସ୍ଥ୍ୟଗତ ସମସ୍ୟା ଚିକିତ୍ସା କରାଇବା ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଶ୍ରୀକାକୁଲମ ର ଜେମସ୍ ହସ୍ପିଟାଲର ସହଯୋଗରେ ଡାକ୍ତର ମାନେ ଚିକିତ୍ସା କରିଥିଲେ । ଭେଷଜ ବିଭାଗ, ସ୍ନାୟୁ ବିଭାଗ, ଫୁସଫୁସ ବିଭାଗ, ହୃଦରୋଗ ବିଭାଗ, ମାନସିକ ବିଭାଗ, ନବଜାତ ଶିଶୁ ବିଭାଗ, ଚର୍ମ ରୋଗ ବିଭାଗ, ସାଧାରଣ ଅସ୍ତ୍ରୋପଚାର ବିଭାଗ ଏହି ପରି ବିଭିନ୍ନ ବିଭାଗର ଡାକ୍ତର ରହି ଚିକିତ୍ସା କରିଥିଲେ । ପ୍ରାୟ ପାଖାପାଖି 200 ଲୋକ ପଞ୍ଜିକୃତ କରି ଚିକିତ୍ସିତ ହୋଇଥିବାର ଜଣା ପଡ଼ିଛି । ଏହି କାର୍ଯ୍ୟକ୍ରମ ରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଓ ପୌର ପରିଷଦ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି ମେଗା ସ୍ୱାସ୍ଥ୍ୟ ଶିବିରକୁ ସଫଳ ରୂପାୟନ କରିଥିଲେ ।
ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର !!!

