ବରପୁଟ ଜଗନ୍ନାଥ ଧାମରେ ଦେବଗିରି ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ବରପୁଟ ସ୍ଥିତ ଶ୍ରୀ ଜଗନ୍ନାଥ ଧାମରେ ଦେବଗିରି ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସାରସ୍ବତ ସମାବେଶରେ ଆଧ୍ୟାତ୍ମିକ କବିତା ଆସର ସହ ” ଦେବଗିରି ” ‘ସାହିତ୍ୟ ପତ୍ରିକା ଉନ୍ମୋଚନ ହୋଇଥିଲା । କଳାପଥର ମେଡିକାଲର ଯୁବ ଭେଷଯଜ୍ଞ ସୁନିଲ୍ କୁମାର ମାନ୍ଧାତା ଙ୍କୁ ଉକ୍ତ ସାରସ୍ବତ ଉତ୍ସବରେ ସଂବର୍ଦ୍ଧିତ କରାଯାଇଥିଲା । କଳାପଥର ଅଂଚଳରେ ଜଣେ ସୁନାମଧନ୍ୟ ଯୁବ ସମାଜସେବୀ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି ।ମେଡିକାଲ ପରିସରରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ସହ ସୁନ୍ଦର ପରିବେଶଟିଏ ଗଢି ବୃକ୍ଷରୋପଣ କରିଛନ୍ତି । ଜଣେ ଦରଦୀ ମଣିଷ ଭାବେ ପ୍ରଂଶସା ସାଉଁଟଥିବା ସୁନିଲ୍ ମାନ୍ଧାତା ଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ଗୁଡିଆପୋଖରୀ ଗ୍ରାମ । ଏହି ସମ୍ବର୍ଦ୍ଧନା , ଆଗକୁ ନିଜ କର୍ତ୍ତବ୍ୟ କୁ ସୁଚାରୁ ରୁପେ ସଂପାଦନ କରିବାକୁ ପ୍ରେରଣା ଦେବ ବୋଲି ସଂବର୍ଦ୍ଧନା ପାଇବାର ପ୍ରତ୍ୟୁତ୍ତରରେ ଆମ ପ୍ରତିନିଧିଙ୍କୁ କହିଛନ୍ତି । ଦେବଗିରି ସାରସ୍ବତ ଉତ୍ସବରେ ସଂପାଦକ ସୀତାକାନ୍ତ ପାଣିଗ୍ରାହୀ ,ସଭାପତି ରବିନାରାୟଣ ମଂଗରାଜ,ଅତିଥି ଭାବେ କବି ଦୁର୍ଯ୍ୟଧନ ବରାଳ ,ପ୍ରକୃତି ବଂଧୁ ରାଜକିଶୋର ପାଣିଗ୍ରାହି ଯୋଗଦେଇଥିଲେ । କବି ବଂଶିଧର ମହାପାତ୍ର ଏବଂ ଅଖିଳେଶ ମହାପାତ୍ରଂକ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।ସଂଧ୍ୟାରେ ଦିଲିପ୍ କୁମାର ପାଣିଗ୍ରାହୀ ଏବଂ ତାଂକ ସାଥିଂକ ଦ୍ବାରା ଭଜନ ସଂଧ୍ୟା ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *