ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପବିତ୍ର ଗୁରୁଦିବସ ଅବସରରେ ବିଦ୍ୟାର୍ଥୀ ମାନଙ୍କୁ ପ୍ରଦାନ କରାଗଲା ଛବିଳ ମଧୁ ବର୍ଣ୍ଣବୋଧ ! ବାଙ୍କୀ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ କ୍ୟାମ୍ପସ – ୨ ରେ ପଢ଼ୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ର ମାନଙ୍କୁ ସହକାରୀ ଶିକ୍ଷକ ବିଦ୍ୟାଧର ଖଟୁଆ ଗୁରୁଦିବସରେ ଛବିଳ ମଧୁ ବର୍ଣ୍ଣବୋଧ ବାଣ୍ଟିଲେ ! ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅଜୟ କୁମାର ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଗୁରୁ ଦିବସ ପାଳନ କରାଯାଇଥିଲା ! ପ୍ରାରମ୍ଭରେ ଭାରତ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ନନଙ୍କ ପ୍ରତିଛବିରେ ପୁଷ୍ପମାଲ୍ଯ, ଧୂପ,ଦୀପ ଓ ଚନ୍ଦନ ପ୍ରଦାନ କରାଯାଇ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଗୁରୁ ବନ୍ଦନା ପାଠ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ଗୁରୁ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ନିଜ ନିଜର ବକ୍ତବ୍ଯ ରଖିଥିଲେ । ଶିକ୍ଷକ ବିଦ୍ୟାଧର ଖଟୁଆ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁ ଦିବସର ମହତ୍ବ ଉପରେ ଆଲୋକପାତ କରିଥିଲେ । ପରିଶେଷ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକ ସହଯୋଗ କରିଥିଲେ ।
ଗୁରୁଦିବସରେ ଛବିଳ ମଧୁ ବର୍ଣ୍ଣବୋଧ ବାଣ୍ଟିଲେ !!!

